ପୋଖରୀରେ ବୁଡ଼ି ଅକାଳରେ ଚାଲିଗଲା ଦୁଇ ନିରୀହ ଜୀବନ, ତିଲେମାଲରେ ଶୋକ
ସିନାପାଲି, (କୋଶଳ ପ୍ରହରୀ) : ଗାଧୋଇବାକୁ ଘରୁ ବାହାରିଥିଲେ ଦୁଇ ଭଉଣୀ। ହେଲେ ଆଉ ଘରକୁ ଫେରିଲେନି। ପୋଖରୀ ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ଅକାଳ ମୃତ୍ୟୁ ତିଲେମାଲ ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ତିଲେମାଲ ଗାଁର ନୀଳକଣ୍ଠ ହଂସଙ୍କ ଦୁଇ ଝିଅ ଯଶୋଦା ହଂସ ଓ ଗୁପ୍ତେଶ୍ୱରୀ ହଂସ ଗାଁ ନିକଟସ୍ଥ ଦର୍ଲିବନ୍ଧ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ କୌଣସି କାରଣରୁ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଖରୀ ନିକଟରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ଦୁଇ ଭଉଣୀଙ୍କ ମୃତ୍ୟୁ ଖବରରେ ସମଗ୍ର ଗାଁ ସ୍ତବ୍ଧ ହୋଇପଡ଼ିଛି। ଘଟଣାସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ମୃତଦେହ ଜବତ କରି ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଦୁଃଖଦ ଘଟଣାରେ ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସରକାରୀ ନିୟମ ଅନୁଯାୟୀ ପରିବାରକୁ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି।



0 Comments