ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଧରବଗଡ଼ରେ ସାମୂହିକ ନୂଆଁଖାଇ୧୧୦ ପରିବାରର ୫୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ସାମିଲ, ଭେଟଘାଟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ


ଟିଟିଲାଗଡ଼ (କୋଶଳ ପ୍ରହରୀ) ସଇଁତଳା ବ୍ଲକ ଧରବଗଡ଼ ଗ୍ରାମପଞ୍ଚାୟତ ଧରବଗଡ଼ ଗାଁରେ ଗ୍ରାମବାସୀଙ୍କ ପକ୍ଷରୁ ସାମୂହିକ ନୂଆଁଖାଇ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଚଳିତବର୍ଷ ଏହି ସାମୂହିକ ନୂଆଁଖାଇ ଉତ୍ସବ ଷଷ୍ଠ ବର୍ଷରେ ପଦାର୍ପଣ କରିଛି। ଗ୍ରାମବାସୀ ପ୍ରଥମେ ନିଜ ନିଜ ଘରେ ଇଷ୍ଟଦେବଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରିବା ପରେ ଗାଁ ଦାଣ୍ଡରେ ସାମୂହିକ ଭାବେ ନୂଆଁଖାଇ ପାଳନ କରିଥିଲେ।ଏହି ଅବସରରେ ଗାଁର ୧୧୦ଟି ପରିବାରର ୫୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ସାମିଲ ହୋଇଥିଲେ। ନୂଆଁଖାଇ ପରେ ପାରମ୍ପରିକ ନୂଆଁଖାଇ ଭେଟଘାଟ ଓ ଜୁହାର କାର୍ଯ୍ୟକ୍ରମ ହୋଇଥିଲା।ଆଦର୍ଶ କ୍ଲବ ଧରବଗଡ଼ର ସଭାପତି ନିଲୁ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଧରବଗଡ଼ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରେମରାଜ ପାଣ୍ଡେ, ସମାଜସେବୀ ଗୋବିନ୍ଦ କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏଲଆଇସି ଟିଟିଲାଗଡ଼ ଶାଖା ପ୍ରବନ୍ଧକ ସୁରେଶ ଚନ୍ଦ୍ର ବାରିକ, ଧରବଗଡ଼ ଗ୍ରାମପଞ୍ଚାୟତ ଗଣ୍ଡା ସମାଜ ସଭାପତି ସୁବଳ ତାଣ୍ଡି, ଅଙ୍ଗନୱାଡି କର୍ମୀ କୈଳାଶ ବାରିକ, ଆଶାକର୍ମୀ ରୀତୁ ବାରିକ ଓ ଆଦର୍ଶ କ୍ଲବ ସମ୍ପାଦକ ପୌଲସ୍ୟ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ରେ ମହିଳାମାନଙ୍କ ପାଇଁ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ହୋଇଥିଲା। ଏଥିରେ ସୁନୀତା ତାଣ୍ଡି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ.କାର୍ଯ୍ୟକ୍ରମକୁ ସଭାପତି ନିଲୁ ତାଣ୍ଡି ସଂଚାଳନ କରିଥିବା ବେଳେ କ୍ଷୀରସିନ୍ଧୁ ତାଣ୍ଡି, ସୁନୀଲ ବାରିକ, ଛବିଳ ତାଣ୍ଡି, ପରମା ବାରିକ, ଶମ୍ଭୁ ବାରିକ, ସରୋଜ ବାରିକ, ଦିନେଶ ବାରିକ, ଅନିଲ ବାରିକ, ଗୁରୁ ମହାନନ୍ଦ, ଶତ୍ରୁଘ୍ନ ବାରିକ, କରୁଣାକର ବାରିକ, ଭିକା ନାଗ, ତପନ କୁମାର ବାରିକ, ଯଜ୍ଞ ବାରିକଙ୍କ ସମେତ ଆଦର୍ଶ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ସାମୂହିକ ଭାବେ ନୂଆଁଖାଇ ପାଳନ କରି ଗ୍ରାମବାସୀ ଏକତା, ଭାଇଚାରା ଓ ସାମାଜିକ ସଦ୍‌ଭାବର ବାର୍ତ୍ତା ଦେଇଥିଲେ।

Post a Comment

0 Comments