ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ପାରିବାର ର ୨୨ ଜଣ ସଦସ୍ୟ ଏକାଠି ପାଳନ କଲେ ନୁଆଁଖାଇ


ଟିଟିଲାଗଡ଼ (କୋଶଳ ପ୍ରହରୀ) ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୁଆଁଖାଇ ରେ ଦେଖିବାକୁ ମିଳେ ଭାଇଚାରା ଓ ବନ୍ଧୁତ୍ୱ. ଏହି ପରମ୍ପରା ଏକ ନିଆରା ପରମ୍ପରା. ବର୍ଷକୁ ଗୋଟିଏ ଦିନ ସବୁ ମନ ମାଳିନ୍ୟ କୁ ଭୁଲି ଏକାଠି ହୁଅନ୍ତି ଘର ର ସମସ୍ତ୍ ସଦସ୍ୟ.ଯିଏ ଯୋଉଠି ଥାନ୍ତୁ ବର୍ଷକୁ ଥରେ ଘରକୁ ଆସିବେ. ନୁଆଁଖାଇ ସ୍ନେହ ଶ୍ରଦ୍ଧା. ବଡ଼ଙ୍କ ପ୍ରତି ଭକ୍ତି କୁ ଦର୍ଶାଇ ଥାଏ. ଏଭଳି ଏକ ପରମ୍ପରା ଦେଖିବାକୁ ମିଳିଛି ଟିଟିଲାଗଡ଼ ପୌର ପରିଷଦ ର ନୀଳଚକ୍ର ନଗର ର ପଟନାୟକ ପାରିବାର ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ମହା ଉଲ୍ଲାସ ର ସହ ନୁଆଁଖାଇ ପାଳନ କରିଛନ୍ତି. ଆଜିକାଲି ଭାଇ ଭାଇ ମଧ୍ୟରେ ବାପ ପୁଅ ମଧ୍ୟରେ କଥାବାର୍ତ୍ତା ହଉ ନ ଥିବା ବେଳେ ଏହି ପାରିବାର ର ପାଞ୍ଚ ଭାଇ ନିଜ ବାପା ମା ଓ ଘରର ସମସ୍ତ ୨୨ ଜଣ ସଦସ୍ୟ ଙ୍କ ସହ ପ୍ରତି ବର୍ଷ ନୁଆଁଖାଇ ପର୍ବ ପାଳନ କରୁଛନ୍ତି. ଏହା ବର୍ତ୍ତମାନ ର ସମାଜ ରେ ଭାଇ ର ଭାଇ ପ୍ରତି ଥିବା ସ୍ନେହ ଓ ପ୍ରେମର ଏକ ନିଆରା ଉଦାହରଣ. ଆସନ୍ତୁ ଶୁଣିବା କଣ କହୁଛନ୍ତି ପଟନାୟକ ପାରିବାର ର ସଦସ୍ୟ।

Post a Comment

0 Comments