ଭୁବନେଶ୍ୱର (କୋଶଳ ପ୍ରହରୀ) ଖଣ୍ଡଗିରିସ୍ଥିତ ଏକ ରାସ୍ତାରେ ମଙ୍ଗଳବାର ଦିନ ପ୍ରାୟ ମଧ୍ୟାହ୍ନ ୧୨ଟା ସମୟରେ ଅସହାୟ ଅବସ୍ଥାରେ ବୁଲୁଥିବା ଏକ କୁକୁରକୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି "ସମାଜସେବୀ ତଥା ସାମ୍ବାଦିକା ଓ ଆଇନ ଛାତ୍ରୀ ସ୍ଵାତୀ ପ୍ରିୟା ଦାସ। ଜୀବନରେ ବହୁ ସମୟ ଧରି ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟ କରି ଆସୁଥିବା ସ୍ଵାତୀ ପ୍ରିୟା ଦାସ ଜଣେ ସମାଜସେବୀ ଭାବେ ପରିଚିତ। ବିଶେଷକରି ଅସହାୟ ଓ ନିର୍ଯାତିତ ପଶୁପକ୍ଷୀଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳତା ଦେଖିବାକୁ ମିଳେ। ତାଙ୍କର ସକ୍ରିୟତା ଓ ମାନବିକ କାର୍ଯ୍ୟକଳାପ ପାଇଁ ସେ ‘ଟ୍ୱିଟର୍ ଗର୍ଲ’ ଭାବେ ମଧ୍ୟ ପରିଚିତ ବୋଲି କୁହାଯାଏ। ରାସ୍ତାରେ କୁକୁରଟିକୁ ଅସହାୟ ଭାବେ ବୁଲୁଥିବା ଦେଖି ସ୍ଵାତୀ ପ୍ରିୟା ଦାସ ତୁରନ୍ତ ତାହାର ନିକଟକୁ ଯାଇ ଉଦ୍ଧାର କରିଥିଲେ। ପରେ କୁକୁରଟିକୁ ସୁରକ୍ଷିତ ସ୍ଥାନକୁ ନେଇ ଖାଦ୍ୟ ଓ ଯତ୍ନର ବ୍ୟବସ୍ଥା କରିଥିଲେ। ପଶୁପକ୍ଷୀଙ୍କ ପ୍ରତି ଦୟା, ସମ୍ବେଦନଶୀଳତା ଓ ମାନବିକତା ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ସ୍ଵାତୀ ପ୍ରିୟା ଦାସଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

0 Comments