ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଗାଁ ଜଗୁଛନ୍ତି ଗାଁ ଲୋକେ, ଲଗାତାର ଚୋରୀ ଘଟଣା ଯୋଗୁଁ ସିନ୍ଧେକେଲା ଜଗୁଛନ୍ତି ବଣିକ ସଂଘ ସଦସ୍ୟ ତଥା ବିଭିନ୍ନ ପଡାବାସୀ


ବଲାଙ୍ଗୀର (କୋଶଳ ପ୍ରହରୀ) ବଲାଙ୍ଗୀର ଜିଲ୍ଲା ଶେଷ ସୀମାରେ ଅବସ୍ଥିତ ସିନ୍ଧେକେଲା ଥାନାଞ୍ଚଲ। ଆଉ ଏହି ଥାନାଞ୍ଚଲର ମୁଖ୍ୟାଳୟ ମଧ୍ୟ ସିନ୍ଧେକେଲା। କିନ୍ତୁ ଗତ ଅଗଷ୍ଟ ମାସ ସିନ୍ଧେକେଲା ଅଞ୍ଚଳବାସୀ, ଗ୍ରାମବାସୀ ଏବଂ ପୋଲିସ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। କିଛି ଦିନ ମଧ୍ୟରେ ହିଁ ମାଁ ଦ୍ୱାରସେହ୍ନୀ ମନ୍ଦିର ରୁ ଚୋରୀ, ଜଣେ ସାଧାରଣ ଲୋକଙ୍କ ଘରୁ ଡକାୟତି ଏବଂ ଜଣେ ଗହଣା ବ୍ୟବସାୟୀ ଙ୍କ ଘରୁ ସଶସ୍ତ୍ର ଡକାୟତି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ପକାଇଥିଲା। ଅବଶ୍ୟ ଚୋରୀ ର ପର୍ଦ୍ଦାଫାଶ କରିବାରେ ପୋଲିସ ପ୍ରଶାସନ ସଫଳ ହୋଇଥିଲେ ଏବଂ ରାୟଗଡ଼ା ଜିଲ୍ଲାରୁ ଦୁର୍ବୃତ୍ତ ମାନଙ୍କୁ ଧରି ଡକାୟତି ହୋଇଥିବା ସୁନା, ରୁପା ଓ ଟଙ୍କା ଜବତ କରିବାରେ ମଧ୍ୟ ପୋଲିସ କୁ ବଡ଼ ସଫଳତା ମିଳିଥିଲା।

ଏତେବଡ଼ ସଫଳତା ମିଳିଥିବା ସତ୍ତ୍ବେ କିନ୍ତୁ ସିନ୍ଧେକେଲା ଅଞ୍ଚଳର ଜନସାଧାରଣଙ୍କ ମନର ସନ୍ଦେହ ସନ୍ଦେହରେ ରହିଗଲା। ହେଉଥିବା ଚର୍ଚ୍ଚା ଅନୁସାରେ ଯେତେବଡ ଚୋର କିମ୍ବା ଡକାୟତ ଦଳ ହେଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ନ ଥିଲେ କିଛି ଦିନ ମଧ୍ୟରେ ତିନି ତିନି ଟି ଚୋରୀ ଓ ଡକାୟତି ଘଟଣାକୁ ସଫଳତାର ସହ ସମ୍ପାଦନ କରିବା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ଅଞ୍ଚଳସାରା ହେଉଛି। ତେଣୁ ବର୍ତ୍ତମାନ ସମୟର ସ୍ଥିତି କୁ ନଜରରେ ରଖି ସିନ୍ଧେକେଲା ବଣିକ ସଂଘ ର ସଦସ୍ୟ ମାନେ ମୁଖ୍ୟ ରାସ୍ତା ତଥା ତଳ ରାସ୍ତାରେ ଥିବା ଦୋକାନ ବଜାର, ପଦରପଡା ର ଯୁବକ ମାନେ ତାଙ୍କ ପଡା ଏଭଳି ବିଭିନ୍ନ ପଡ଼ାରେ ଲୋକ କଥା ହୋଇକି ପାଞ୍ଚ ରୁ ଦଶ ଜଣିଆ ଟିମ୍ କରି ପ୍ରତିଦିନ ପାଳି କରି ନିଜ ନିଜ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି। ଅବଶ୍ୟ ଡକାୟତି ଗ୍ୟାଙ୍ଗ ଧରା ପଡ଼ିବା ପରେ ଅଦ୍ୟାବଧି ପର୍ଯ୍ୟନ୍ତ ସିନ୍ଧେକେଲା ଅଞ୍ଚଳରେ କୌଣସି ଚୋରୀ କିମ୍ବା ଡକାୟତି ହୋଇନଥିବା ପୋଲିସ ପକ୍ଷରୁ ସୂଚନା ରହିଛି।

Post a Comment

0 Comments