କଣ୍ଟାବାଞ୍ଜି (କୋଶଳ ପ୍ରହରୀ) ନୂଆଁଖାଇ ଆଣିଛି ପରିବାରରେ ମିଳନର ଖୁସି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିକଟ କୁକୁଡ଼ାହାଡ଼ ଅଞ୍ଚଳର ନବକିଶୋର ବେହେରା ଙ୍କ ପରିବାରରେ ଆଜି ଦେଖିବାକୁ ମିଳିଥିଲା ଏକ ଭିନ୍ନ ମାହୋଲ। ପରିବାରର ସମସ୍ତ ସଦସ୍ୟ—ସାନଠାରୁ ବଡ଼, ଦୂରରେ ରହୁଥିବା ପରିବାର ସଦସ୍ୟଙ୍କ ସମେତ—ଏକାଠି ହୋଇ ନୂଆଁଖାଇ ପାଳନ କରିଥିଲେ। ସମସ୍ତେ ଏକାଠି ବସି ନୂଆ ଖାଇବା ସହ ଏହି ପର୍ବର ଆନନ୍ଦକୁ ଦ୍ୱିଗୁଣିତ କରିଥିଲେ। ଏହି ଅବସରରେ ଛୋଟ ଛୁଆମାନେ ପରିବାରର ବଡ଼ମାନଙ୍କୁ ଜୁହାର କରି ଆଶୀର୍ବାଦ ନେଇଥିଲେ। ବଡ଼ମାନେ ମଧ୍ୟ ଛୋଟ ଛୁଆମାନଙ୍କୁ ସ୍ନେହ ଓ ଆଶୀର୍ବାଦ ଦେଇଥିଲେ। ପରିବାରର ସାନଠାରୁ ବଡ଼ ସମସ୍ତେ ଏକାଠି ହୋଇ ପରସ୍ପରକୁ ଜୁହାର କରିଥିଲେ। ଦୀର୍ଘ ଦିନ ପରେ ଏଭଳି ଏକାଠି ହେବାର ସୁଯୋଗ ପାଇ ପରିବାରରେ ଖେଳିଯାଇଥିଲା ହସଖୁସିର ମାହୋଲ। ନୂଆଁଖାଇର ଏହି ପରମ୍ପରା ମନେ ପକାଇ ଦେଇଛି—ପରିବାର ଯେତେବେଳେ ଏକାଠି ହୁଏ, ସେତେବେଳେ ପର୍ବର ଖୁସି ଆହୁରି ଦ୍ୱିଗୁଣିତ ହୋଇଯାଏ। ନୂଆ ଧାନର ଭୋଗ, ବଡ଼ଙ୍କ ଆଶୀର୍ବାଦ, ସାନଙ୍କ ସ୍ନେହ ଓ ପରିବାରର ଏକତା—ଏସବୁକୁ ନେଇ ନବକିଶୋର ବେହେରା ରାଜ କିଶୋର ବେହେରା କମଳ କିଶୋର ବେହେରା ଆନନ୍ଦ କିଶୋର ବେହେରା ସପ୍ତମ କିଶୋର ବେହେରା ଙ୍କ ପରିବାରରେ ପାଳିତ ବହୁତ ସୁନ୍ଦର ରେ ନୂଆଖାଇ ପାଳିତ ହେଇଛି ।

0 Comments