ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ରିଶିପିଟି ମଣ୍ଡଳରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା

ବୁଥ୍‌ସ୍ତରରୁ ସଂଗଠନ ସୁଦୃଢ଼ କରିବାକୁ କର୍ମୀଙ୍କୁ ଆହ୍ୱାନ


ଖଡ଼ିଆଲ (କୋଶଳ ପ୍ରହରୀ) : ଖଡ଼ିଆଳ ବିଧାନସଭା ଅନ୍ତର୍ଗତ ରିଶିପିଟି ମଣ୍ଡଳ ପକ୍ଷରୁ ବିଛନାପାଲି ନଦୀ ଆମ୍ବ ବଗିଚା ପରିସରରେ ‘ସେବା ସଂକଳ୍ପ ଅଭିଯାନ’ ସମ୍ପର୍କିତ ଏକ କର୍ମଶାଳା ଓ ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଶୁଶାନ୍ତ କୁମାର ବିଶିଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ବୁଥ୍‌ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ ପଦାଧିକାରୀ ଓ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀମାନେ ମଧ୍ୟ କର୍ମଶାଳାରେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କିଶୋର ଚଲାନ ‘ସେବା ସଂକଳ୍ପ ଅଭିଯାନ’ର ଉଦ୍ଦେଶ୍ୟ, କାର୍ଯ୍ୟପନ୍ଥା ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ତୃଣମୂଳସ୍ତରରେ ଅଭିଯାନକୁ ସଫଳ କରିବା ସହ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। କର୍ମଶାଳାରେ ବରିଷ୍ଠ ନେତା ସଂଜୟ ତିୱାରୀ, ଜିଲ୍ଲା ଯୁବ ସଭାପତି ଜ୍ଞାନ କୁମାର ମେଘ, ବରିଷ୍ଠ ନେତା ରାତ୍ରା ନନ୍ଦ ମନହିରା, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକଙ୍କ ସମେତ ବହୁ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Post a Comment

0 Comments