ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ବ୍ଲକ ସ୍ତରୀୟ ଓବିସି ଏକତା ମଞ୍ଚର ପ୍ରସ୍ତୁତି ବୈଠକ


ବୀରମହାରାଜପୁର, (କୋଶଳ ପ୍ରହରୀ) ବୀରମହାରାଜପୁର କଲ୍ୟାଣମଣ୍ଡପ ଠାରେ ଓବିସି ଏକତା ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା ଏହି ପ୍ରସ୍ତୁତି ବୈଠକ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ଶଙ୍କର ପାତ୍ର ଓ ସମ୍ମାନିତ ଅତିଥିଭାବେ ସମ୍ବଲପୁର କୁଲତା ମଞ୍ଚର ସଭାପତି କୃପା ସିନ୍ଧୁ ଖମାରି, ଭବାନୀ ପଧାନ ଓ ବସନ୍ତ ମହାକୁଡ଼,କର୍ଣ୍ଣରାଜ ପଧାନ ଭୂଷଣ ପାତ୍ର ମୀନକେତନ ମହାକୁଡ଼ ଅଖୁଜ ପଧାନ ପ୍ରମୁଖ ମଂଚାସୀନ ଥିଲେ।ସମସ୍ତ ଅତିଥି ଓବିସି ମାନଙ୍କ ମଣ୍ଡଳ କମିଶନ ଙ୍କ ନିର୍ଦେଶ ମୁତାବକ ୨୭ ପରସେଣ୍ଟ ରିଜା୍ରବେଶନ ହକ ଜାହିର କରିବା ସହିତ ଓବିସି ମାନେ ସାରା ରାଜ୍ୟରେ ମିଳିତ ହୋଈ ନିଜର ହକ ଜାହିର କରିବା ପାଇଁ ଆହ୍ୱାନ ଦେଇ ଥିବା ଜଣାଯାଇଛି।ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପଂଚାୟତ ରେ ଓବିସି କମିଟି ଗଠନ କରିବା ସହିତ ଯୋର ଦାର ଆନ୍ଦୋଳନ ହେବ ବୋଲି ଜଣାଯାଏ। ଏହି କାର୍ଯ୍ୟକ୍ରମ କୁ ପ୍ରିୟବ୍ରତ ସାହୁ ପରିଚାଳନା କରି ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ସାମ୍ବାଦିକ ସଂଘ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି ବିନୋଦ ମହାକୁଡ଼,ଓକିଲ ସଂଘ ସଭାପତି ଛବିଳ କର୍ଣ୍ଣ,ଜିଲ୍ଲାପରିଷଦ ସଭ୍ୟ ଲବ ସାହୁ,ଶୁଭ୍ରାଂଶୁ କର୍ଣ୍ଣ ଶତ୍ରୁଘନ ମେହେର, ଶେଷଦେବ ବାରିକ, ପୁର୍ଣଚନ୍ଦ୍ର ମେହେର,ସପନ ପଧାନ, ଭଜମନ ମେଣ୍ଡିଲି, ପ୍ରମୁଖ ସାମିଲ ଥିବା ସହିତ ବୀରମହାରାଜପୁର ବ୍ଲକ ର ସମସ୍ତ ପଂଚାୟତ ରୁ ଓବିସି ବର୍ଗର ଲୋକମାନେ ସାମିଲ ଥିଲେ।ଏହି କାର୍ଯ୍ୟକ୍ରମ ରେ ଆଲୋକ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments