ନୂଆପଡ଼ା (କୋଶଳ ପ୍ରହରୀ) : ନ୍ୟାସନାଲ ଡିଗ୍ରୀ କଲେଜ, ନୂଆପଡ଼ାରେ ଅଧ୍ୟକ୍ଷ ହିତେଶ କୁମାର ସାହୁଙ୍କ ସଭାପତିତ୍ୱରେ ଜାତୀୟ ସେବା ଯୋଜନା ଦିବସ ଉତ୍ସାହର ସହ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ ଅଧିକାରୀ ହେମାଲ୍ ସା ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ VBYLD-2027 କୁଇଜ୍ ପଞ୍ଜୀକରଣ କରାଯିବା ସହ ପୂର୍ବତନ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ସମ୍ମାନିତ ଏବଂ ସକ୍ରିୟ ସ୍ୱେଚ୍ଛାସେବୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ବଦ୍ୟନାଥ ଗର୍ତିଆ, ପୂର୍ବତନ ଏନ୍ଏସ୍ଏସ୍ ଅଧିକାରୀ କପିଲ ଦେବ ପାଣିଗ୍ରାହୀ ଓ YRC ଜିଲ୍ଲା କନଭେନର ଶିବ ପ୍ରସାଦ ସା ଅତିଥି ଭାବେ ଯୋଗଦେଇ ଏନ୍ଏସ୍ଏସ୍ର ଉଦ୍ଦେଶ୍ୟ, ସାମାଜିକ ସେବା ଓ ଯୁବପିଢ଼ିର ଭୂମିକା ଉପରେ ଆଲୋକପାତ କରିଥିଲେ। ଶେଷରେ ଯୁକ୍ତ ଦୁଇ ଏନ୍ଏସ୍ଏସ୍ ଅଧିକାରୀ ଜଗନ୍ନାଥ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱେଚ୍ଛାସେବୀମାନଙ୍କୁ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ନିରନ୍ତର ଯୋଗଦାନ ପାଇଁ ଆହ୍ୱାନ କରାଯାଇଥିଲା।

0 Comments