ଅଗ୍ରସେନ ଜୟନ୍ତୀ ଧୁମଧାମରେ ପାଳନ ନେଇ ଆଲୋଚନା
ସିନ୍ଧେକେଲା, (ଦିନେଶ ଜୈନ): ସିନ୍ଧେକେଲା ଅଗ୍ରୱାଲ ସଭାର ନୂତନ ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ଅବସରପ୍ରାପ୍ତ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀ ନବୀନ ଜୈନ ନିର୍ବାଚିତ ହେବା ପରେ ତାଙ୍କ ନେତୃତ୍ୱରେ ନୂତନ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି। ଏନେଇ ଗୁରୁବାର ସ୍ଥାନୀୟ ଅଗ୍ରୱାଲ ଜୈନ ତେରାପନ୍ଥ ଭବନରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଭାପତି ନବୀନ ଜୈନ ନିଜ କାର୍ଯ୍ୟକାରିଣୀ କମିଟିର ନୂତନ ପଦାଧିକାରୀମାନଙ୍କ ନାମ ଘୋଷଣା କରିଥିଲେ। ଉପାଧ୍ୟକ୍ଷ ଭାବେ ଗୋପାଳ ଜୈନ ଓ ମନୋଜ ଜୈନ, ସମ୍ପାଦକ ଭାବେ ସରୋଜ ଜୈନ, ସହ ସମ୍ପାଦକ ଭାବେ ଅନିଲ ଜୈନ ଓ ତପନ ଜୈନ, କୋଷାଧ୍ୟକ୍ଷ ଭାବେ ରୋଶନ ଜୈନ, ସଂଗଠନ ସମ୍ପାଦକ ଭାବେ ସୋନୁ ଜୈନ ଏବଂ ମିଡିଆ ପ୍ରଭାରୀ ଭାବେ ସାମ୍ବାଦିକ ଦିନେଶ ଜୈନଙ୍କୁ ମନୋନୀତ କରାଯାଇଛି।
ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରାମ ଅବତାର ଜୈନ, ରାଜେଶ ଜୈନ, ସୁଭାଷ ଜୈନ, ରମେଶ ଜୈନ, ସଞ୍ଜୀବ ଜୈନ, ଅନିଲ ଜୈନ, ବଣ୍ଟି ଜୈନ, କହ୍ନେୟାଲାଲ ଜୈନ, ପ୍ରମୋଦ ଜୈନ (ଟିଟୁ), ସରପଞ୍ଚ ନରେଶ ଅଗ୍ରୱାଲ ଓ ଜଗନ୍ନାଥ ଜୈନଙ୍କୁ ରଖାଯାଇଛି। ଉପଦେଷ୍ଟା ଭାବେ ନରେଶ ଜୈନ, ମାଣିକ ଚନ୍ଦ ଜୈନ, ଅଶୋକ ଜୈନ, ପ୍ରସନ୍ନ ଜୈନ, ଫୁଲଚନ୍ଦ ଜୈନ, ଛତ୍ରପାଲ ଜୈନ, ସୁନୀଲ ଜୈନ, ସୁଦର୍ଶନ ଜୈନ ଓ ନନ୍ଦକିଶୋର ଜୈନଙ୍କୁ ମନୋନୀତ କରାଯାଇଛି। ବୈଠକରେ ଆସନ୍ତା ୧୧ ଅକ୍ଟୋବରରେ ମହାରାଜା ଅଗ୍ରସେନଙ୍କ ଜୟନ୍ତୀକୁ ଧୁମଧାମରେ ପାଳନ କରିବା ନେଇ ବିସ୍ତୃତ ଆଲୋଚନା ଓ ମତବିନିମୟ ହୋଇଥିଲା। ଜୟନ୍ତୀ ଅବସରରେ ଅଗ୍ରୱାଲ ସମାଜର ପୁରୁଷମାନେ ଧଳା ପୋଷାକ ଏବଂ ମହିଳାମାନେ ହଳଦିଆ ଶାଢ଼ି ପିନ୍ଧି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏଥିସହ ଅଗ୍ରସେନ ଜୟନ୍ତୀ ଦିନ ଅଗ୍ରୱାଲ ସମାଜର ସମସ୍ତ ବ୍ୟବସାୟୀ ନିଜ ନିଜ ଦୋକାନ ଓ ପ୍ରତିଷ୍ଠାନ ବନ୍ଦ ରଖି ସମାଜର ଏହି ମହତ୍ତ୍ୱପୂର୍ଣ୍ଣ ଉତ୍ସବରେ ସାମିଲ ହେବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ସଭାର ନୂତନ ଓ ପୁରୁଣା ପଦାଧିକାରୀଙ୍କ ସମେତ ଅଗ୍ରୱାଲ ସମାଜର ପ୍ରାୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସଭାପତି ନବୀନ ଜୈନ “ଅଗ୍ରସେନ ମହାରାଜଙ୍କ ଜୟ” ଧ୍ୱନି ଦେଇ ବୈଠକର ସମାପ୍ତି ଘୋଷଣା କରିଥିଲେ।

0 Comments