ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ପୂର୍ବତନ ମନ୍ତ୍ରୀ ରାଜୁ ଭାଇ ଢୋଲକିଆଙ୍କ ପ୍ରଥମ ପୁଣ୍ୟତିଥିରେ ମାଗଣା କମ୍ପ୍ୟୁଟରାଇଜ୍ଡ ଚକ୍ଷୁ ପରୀକ୍ଷା ଶିବିର


କଣ୍ଟାବାଞ୍ଜି, ୬/୯ (କୋଶଳ ପ୍ରହରୀ) : ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜୁ ଭାଇ ଢୋଲକିଆଙ୍କ ପ୍ରଥମ ପୁଣ୍ୟତିଥି ଅବସରରେ ରାଜୁ ଭାଇ ଢୋଲକିଆ ଫ୍ୟାନ୍ କ୍ଲବ, କଣ୍ଟାବାଞ୍ଜି ପକ୍ଷରୁ ଆସନ୍ତା ୮ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ଏକ ମାଗଣା କମ୍ପ୍ୟୁଟରାଇଜ୍ଡ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯିବ। ଏହି ଶିବିର କଣ୍ଟାବାଞ୍ଜି ମେନ୍ ରୋଡ୍ ସ୍ଥିତ SCD Vision Center ଠାରେ ଅନୁଷ୍ଠିତ ହେବ। ଶିବିରରେ କମ୍ପ୍ୟୁଟର ମାଧ୍ୟମରେ ଚକ୍ଷୁ ପରୀକ୍ଷା, ଚଷମା ପାୱାର ପାଇଁ ରିଫ୍ରାକ୍ସନ୍ ଟେଷ୍ଟ, ଚକ୍ଷୁ ପରୀକ୍ଷା ସହିତ ଆବଶ୍ୟକୀୟ ପରାମର୍ଶ ଓ ମାର୍ଗଦର୍ଶନ ଦିଆଯିବ। 

ସ୍ୱର୍ଗତ ରାଜୁ ଭାଇ ଢୋଲକିଆଙ୍କ ପୁଣ୍ୟତିଥିକୁ ଜନସେବା ମାଧ୍ୟମରେ ପାଳନ କରିବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଉଥିବା ବେଳେ, କଣ୍ଟାବାଞ୍ଜି ଓ ଆଖପାଖ ଅଞ୍ଚଳର ଲୋକମାନେ ଅଧିକ ସଂଖ୍ୟାରେ ଯୋଗଦେଇ ମାଗଣା ଚକ୍ଷୁ ପରୀକ୍ଷାର ସୁଯୋଗ ନେବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଆୟୋଜକ ରାଜୁ ଭାଇ ଢୋଲକିଆ ଫ୍ୟାନ୍ କ୍ଲବ, କଣ୍ଟାବାଞ୍ଜି ର କର୍ମକର୍ତ୍ତା ସୂଚନା ଦେଇ କହିଛନ୍ତି ଯେ ଉକ୍ତ ଶିବିର ସକାଳ ୯ ରୁ ୧ ଯାଏଁ ଚାଲିବ, ଜନ ସାଧାରଣ ଏହି ଶିବିର ଲାଭ ନେବା ପାଇଁ ଅନୁରୋଧ କରିଛନ୍ତି।

Post a Comment

0 Comments