କଣ୍ଟାବାଞ୍ଜି, ୦୩/୦୯ (କୋଶଳ ପ୍ରହରୀ) : କଣ୍ଟାବାଞ୍ଜି ମୁସଲିମ ଜମାତ କମିଟି ପକ୍ଷରୁ କଣ୍ଟାବାଞ୍ଜି ଓକିଲ ସଂଘ ଦ୍ୱାରା ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଯାଇଛି। ଏହି ମର୍ମରେ ମୁସଲିମ ଜମାତ କମିଟି ପକ୍ଷରୁ ବାର ଆସୋସିଏସନର ସଭାପତିଙ୍କୁ ଏକ ସମର୍ଥନ ପତ୍ର ପ୍ରଦାନ କରାଯାଇଛି। ପତ୍ର ରେ ଉଲ୍ଲେଖ କରାଯାଇଛି ଯେ, କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟରେ ଚାଲିଥିବା ଅବ୍ୟବସ୍ଥା, ଜମି ମୂଲ୍ୟାୟନର ଅତ୍ୟଧିକ ବୃଦ୍ଧି, ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରମାଣପତ୍ର ଓ ରାଜସ୍ୱ ସେବା ପାଇବାରେ ହେଉଥିବା ଅସୁବିଧା ସହିତ ଅନ୍ୟାନ୍ୟ ପ୍ରଶାସନିକ ଅନିୟମିତତା ବିରୋଧରେ ଓକିଲ ସଂଘ ଆନ୍ଦୋଳନ ନ୍ୟାୟସଙ୍ଗତ ଓ ଜନସ୍ୱାର୍ଥ ସହ ଜଡିତ। ମୁସଲିମ ଜମାତ କମିଟି କହିଛି ଯେ, ଏହି ଆନ୍ଦୋଳନ କେବଳ ଆଇନଜୀବୀମାନଙ୍କ ପାଇଁ ନୁହେଁ, ବରଂ ଅଞ୍ଚଳର ସାଧାରଣ ଲୋକଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ମଧ୍ୟ ଉଦ୍ଦିଷ୍ଟ। ତେଣୁ ବାର ଆସୋସିଏସନର ଦାବିଗୁଡ଼ିକୁ ସମର୍ଥନ କରିବା ସହ ପ୍ରଶାସନ ଏହି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନେବାକୁ କମିଟି ଆହ୍ୱାନ କରିଛନ୍ତି । ମୁସଲିମ ଜମାତ କମିଟି ସଭାପତି ମନସୂର ମେମୋନ ସଂପାଦକ ଏସ କେ ଅନୱର୍ ଗୁଡ଼ା,ଉପ-ସଭାପତି ଏସ କେ ଏମଜଦ, ଏମଡି ସମୀର ଅବଦୁଲ କଲିମ ପାସା ଅବଦୁଲ ରଫିକ ଅଜହାର ଅବଦୁଲ ଆଲିମ ମହମ୍ମଦ ଇମତିଆଜ ଶେଖ୍ ସୟଦୁଲ୍ଲା ଉପସ୍ଥିତ ହୋଇ ସମର୍ଥନ ଜଣାଇଥିଲେ।

0 Comments