ଧର୍ମଗଡ/ବେହେରା (କୋଶଳ ପ୍ରହରୀ) ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଦଣ୍ଡପାଟ ଯୁବ ସେବା ସଂଗଠନ ଆନୁକୂଲ୍ୟରେ ପବିତ୍ର ଗଣପର୍ବ ନୂଆଖାଇ ଅବସରରେ "ଅମୃତ ମାତୃ ପିତୃ ସେବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ, ଦଣ୍ଡପାଟ ପ୍ରଡ୍ୟୁସର ଗ୍ରୁପ ଓ କାରୁଣ୍ଡ ସେବା ସଂଗଠନ ସହଯୋଗ କରିଥିଲେ। ସଂଗଠନ ସଭାପତି କ୍ଷୀରସିନ୍ଧୁ ବାଗଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ବିଶିଷ୍ଟ ଯୁବ ସମାଜସେବୀ ପ୍ରଭାତ ତିୱାରୀ ମୂଖ୍ଯ ଅତିଥି ଭାବେ ଯୋଗଦେଇଥିବା ବେଳେ ବେହେରା ସମିତି ସଭ୍ଯ କିଶୋର ଚନ୍ଦ୍ର ନାଗ ମୂଖ୍ଯ ବକ୍ତା, ବେହେରା ସରପଞ୍ଚ କୁମୁଦିନୀ ଗଇଁତା ସ୍ବତନ୍ତ୍ର ଅତିଥି, ଦଣ୍ଡପାଟ ପ୍ରଡ୍ୟୁସର ଗ୍ରୁପ ସଭାନେତ୍ରୀ ସୁଚିତ୍ରା ଗୋପାଳ, ବରିଷ୍ଠ ସମାଜସେବୀ ଘନଶ୍ୟାମ ପଟେଲ, ପବନ ଅଗ୍ରୱାଲ ପ୍ରମୂଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହେଇ ଗଣପର୍ବ ଅବସରରେ ସଂଗଠନ ର ଏଭଳି କାର୍ଯ୍ୟକ୍ରମ ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ।
ସଂଗଠନ ସଂଯୋଜକ ରଜତ ବଂଶଲ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସଂପାଦକ ଅବିନାଶ ମୁଣ୍ଡ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଏହି ଅବସରରେ ବେହେରା ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମର ଶତାଧିକ ଅସହାୟ ବୃଦ୍ଧ ବୃଦ୍ଧା, ବିଧବା, ଦିବ୍ଯାଂଗ ବ୍ଯକ୍ତି ମାନଙ୍କୁ ନୂତନ ଶାଢ଼ୀ, ଧୋତି, ଗାମୁଛା ପ୍ରଦାନ କରାଯାଇଥିଲା। ବରିଷ୍ଠ ସଦସ୍ଯ କ୍ଷୀରସିନ୍ଧୁ ବାଣୁଆ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ଭୁଜବଳ ନାଏକ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଉପସଭାପତି ଲଲିତ ବାଣୁଆ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ବାରିକ, ସହ ସଂପାଦକ ଶୁଶିଲ ନାଗ, ସଦସ୍ୟ ଭିକାରୀ ଚରଣ ଗୋପାଳ, ହେମାଳ ବିଶି, ରୁପେଶ ନାଏକ ଏବଂ ଦଣ୍ଡପାଟ ପ୍ରଡ୍ୟୁସର ଗ୍ରୁପ ର ସମସ୍ତ ସଦସ୍ୟା ପ୍ରମୂଖ ସହଯୋଗ କରିଥିଲେ।


0 Comments