ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଧର୍ମଗଡ଼ ରେ ସ୍ୱତନ୍ତ୍ର ଶ୍ରମିକ କଲ୍ୟାଣ ଶିବିର ଆୟୋଜନ : ୭୬୨ ହିତାଧିକାରୀଙ୍କୁ ୬.୬ କୋଟି ଟଙ୍କାର ଆର୍ଥିକ ସହାୟତା


ଧର୍ମଗଡ (କୋଶଳ ପ୍ରହରୀ) : ଶ୍ରମିକମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ସହ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଧର୍ମଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଶ୍ରମିକ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ୮୦ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଓ ୨୦ ଜଣ ଅସଂଗଠିତ ଶ୍ରମିକଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା।ଶିବିରରେ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ମୋଟ ୭୬୨ ଜଣ ହିତାଧିକାରୀଙ୍କୁ ୬.୬ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିରେ ମୃତ୍ୟୁକାଳୀନ ସହାୟତା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ମାତୃତ୍ୱ ସହାୟତା, ଶିକ୍ଷା ସହାୟତା ଓ ବିବାହ ସହାୟତା ଭଳି ବିଭିନ୍ନ ଯୋଜନାର ସହାୟତା ସାମିଲ ଥିଲା।କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଶ୍ରମିକମାନଙ୍କ କଲ୍ୟାଣ ଓ ସାମାଜିକ ସୁରକ୍ଷା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଶ୍ରୀ ଲକ୍ଷ୍ମୀକାନ୍ତ ବାଗ ମଧ୍ୟ ଉପସ୍ଥିତ ଥିଲେ।ସେହିପରି ଧର୍ମଗଡ଼ ଏନ୍‌ଏସି ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି, ଧର୍ମଗଡ଼ ଡେପୁଟି କଲେକ୍ଟରଙ୍କ ସମେତ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।ଶିବିରରେ ଶ୍ରମିକ ପଞ୍ଜୀକରଣ ପ୍ରକ୍ରିୟା, ଶ୍ରମିକ କାର୍ଡର ଉପଯୋଗିତା, ବିଭିନ୍ନ କଲ୍ୟାଣ ଯୋଜନାରେ ଉପଲବ୍ଧ ସୁବିଧା, ଯୋଗ୍ୟତା ମାନଦଣ୍ଡ ଓ ଆବଶ୍ୟକୀୟ ଦସ୍ତାବିଜ ସମ୍ପର୍କରେ ଶ୍ରମିକମାନଙ୍କୁ ସୂଚନା ଦିଆଯାଇଥିଲା। ଯୋଗ୍ୟ ଶ୍ରମିକମାନେ ପଞ୍ଜୀକରଣ କରି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ସୁବିଧାର ଲାଭ ନେବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ।ଶ୍ରମିକମାନଙ୍କୁ ସରକାରୀ ସୁବିଧା ପାଇବାରେ ଯେପରି କୌଣସି ଅସୁବିଧା ନହୁଏ ଏବଂ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚେ, ସେଥିପାଇଁ ଶ୍ରମ ବିଭାଗ ପକ୍ଷରୁ ଗୁରୁତ୍ୱ ଦି

Post a Comment

0 Comments