ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ରେଳ ଷ୍ଟେସନରେ ଅସୁସ୍ଥ ରୋଗୀଙ୍କ ପାଇଁ ରକ୍ଷାକବଚ ସାଜିଲା ୧୦୮


ସମ୍ବଲପୁର (କୋଶଳ ପ୍ରହରୀ) : ରେଳ ଷ୍ଟେସନରେ ଅସୁସ୍ଥ ହୋଇ ପଡ଼ିଥିବା ଜଣେ ରୋଗୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲା ୧୦୮ ଆମ୍ବୁଲାନ୍ସ ଟିମ୍। ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଷ୍ଟ୍ରେଚର ସହାୟତାରେ ରୋଗୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାଟି ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଅନ୍ତର୍ଗତ ଶାସନ ରେଳ ଷ୍ଟେସନର। ଷ୍ଟେସନରେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଥିବା ନେଇ ସୂଚନା ମିଳିବା ପରେ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଟିମ୍ ତତ୍ପର ହୋଇଥିଲା। ଇଏମ୍‌ଟି ରାକେଶ ବାରିକ, ସହଯୋଗୀ ସୁନିଲ ପଟେଲ ଓ ପାଇଲଟ୍ ରାହୁଲ ନାୟକ ତୁରନ୍ତ ଷ୍ଟେସନରେ ପହଞ୍ଚିଥିଲେ। ଟିମ୍ ସଦସ୍ୟମାନେ ଷ୍ଟ୍ରେଚର ସହାୟତାରେ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଆମ୍ବୁଲାନ୍ସରେ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ପରେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଯାଇଥିଲା। ସଙ୍କଟ ସମୟରେ ୧୦୮ ଟିମ୍‌ର ତୁରନ୍ତ ପଦକ୍ଷେପ, କର୍ତ୍ତବ୍ୟନିଷ୍ଠା ଓ ମାନବିକତା ପାଇଁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି। ଜରୁରୀ ସମୟରେ ଗୋଟିଏ ଫୋନ୍ କଲ୍‌ରେ ଲୋକଙ୍କ ପାଖରେ ପହଞ୍ଚିବା ହିଁ ୧୦୮ର ମୂଳ ଲକ୍ଷ୍ୟ ବୋଲି ଆମ୍ବୁଲାନ୍ସ କର୍ମଚାରୀମାନେ କହିଛନ୍ତି।

Post a Comment

0 Comments