ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ହିଆଲ କ୍ଳଷ୍ଟରର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ


କଣ୍ଟାବାଞ୍ଜି (କୋଶଳ ପ୍ରହରୀ) ତୁରେକେଲା ବ୍ଳକ ଅନ୍ତର୍ଗତ ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ର ତୃତୀୟ ମାସିକ ବୈଠକ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଚଟୁଅନକାରେ ଅନୁଷ୍ଠିତ ହୋଇଥିଲା।ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଉଦଘାଟନୀ ସଭାରେ ଅତିରିକ୍ତ ଶିକ୍ଷା ଅଧିକାରୀ ଜଗବନ୍ଧୁ ମାଝୀ, ପ୍ରଧାନ ଶିକ୍ଷକ ପ୍ରତାପଚନ୍ଦ୍ର କୁଅଁର, ଶରତଚନ୍ଦ୍ର ମେହେର,ସିଆରଜି କୃଷ୍ଣଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।ମା ସରସ୍ବତୀଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା।କ୍ଳଷ୍ଟରର ଷୋହଳଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜଣେ ଲେଖାଏଁ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମହାପାତ୍ର ସାକ୍ଷରତା ଓ ସଚିନ ସେଠ ସଂଖ୍ୟାଜ୍ଞାନ ଉପରେ ଆଦର୍ଶ ଶିକ୍ଷାଦାନ ଦେଇଥିଲେ।ସିଆରସିସି ଓ ସିଆରଜି ପ୍ରାରମ୍ଭିକ ଶ୍ରେଣୀ ପାଇଁ ଆକଳନ ରୂପରେଖ, ସାମଗ୍ରୀ ପ୍ରଗତିପତ୍ର, ଗ୍ୟାଲେରୀ ପରିଭ୍ରମଣ, ନ୍ୟସ୍ତ କାର୍ଯ୍ୟ ଉପରେ ମାର୍ଗ ଦର୍ଶନ କରିଥିଲେ।ଏହି ବୈଠକରେ ଶିକ୍ଷୟିତ୍ରୀ ମମତା ଯୋଷୀ, ନଳିନୀ ସାହୁ, ଭି କ୍ରିଷ୍ଣା କୁମାରୀ, ସସ୍ମିତା ସେଠ, ସୁଲୋଚନା ବୁଡେକ, ମମତା ପଣ୍ଡା, ମମତା ପୁରୋହିତ, ଜ୍ୟୋତ୍ସ୍ନା ବରିହା,ଶିକ୍ଷକ ଆମରକାନ୍ତ ବେହେରା, ମୃତ୍ୟୁଞ୍ଜୟ ପ୍ରଧାନ, ବିଜୟ କୁମାର ତାଣ୍ଡୀ, ସୁଶାନ୍ତ ମାଝୀ, ବିବେକାନନ୍ଦ ରାଏ, ଅବିନାଶ ମହାଲିଙ୍ଗ,ଭୁରଷି ରଣା,ଅନୀଲ ମେହେର, ଡଗର କିଶୋର ବନଗୋଲା, ସୌରଭ ବେହେରା, ଖଗେଶ୍ବର ଦଣ୍ଡସେନା, ଶ୍ୱେତା ବାଗ ଯୋଗ ଦେଇଥିଲେ।

 


ସେହିପରି ଦାବ୍ରି ପ୍ରାଥମିକ ବିଦ୍ୟାଳୟରେ ମହୁଲବାହିଲି କ୍ଳଷ୍ଟର ସଂଯୋଜକ ଗୁରୁପ୍ରସାଦ ଛତ୍ରିଆ ଏବଂ ସିଆରଜି ରାମଚନ୍ଦ୍ର ଗୁଇଁଙ୍କ ପରିଚାଳନାରେ ତୃତୀୟ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକକୁ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ମାଝୀ ପରିଦର୍ଶନ କରିଥିଲେ ।ବୈଠକରେ ନୂତନ ତାଞ୍ଚାରେ ହେଉଥିବା ପାଠ୍ୟକ୍ରମର ଆଲୋଚନା କରାଯାଇଥିଲା । ବୈଠକରେ ଶିକ୍ଷକ ପ୍ରେମାନନ୍ଦ ବରିହା, ପ୍ରତାପ ଚନ୍ଦ୍ର ପ୍ରଧାନ, ଶୋଭାବନ ନାଏକ, ପିତାମ୍ବର ନାଗ, ଗୌର ମେହେର, ହୃଷିକେଶ ନାଗ, ଭୂମିସୂତା ବେହେରା, ମାନସ ଦାସ, ପୂର୍ଣ୍ଣଚନ୍ଦ୍ର ପଡିକା, ଆଦିତ୍ୟ କିଷାନ, ପ୍ରମୋଦ ଦଳାଇ, ମଞ୍ଜୁଲତା ଧରୁଆ ,ପ୍ରଶାନ୍ତ ସେଠି, କାଦମ୍ବିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments