ସିନ୍ଧେକେଲା, (ଦିନେଶ ଜୈନ / କୋଶଳ ପ୍ରହରୀ) - କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିନ୍ଧେକେଲା ମଣ୍ଡଳରେ ଭାରତୀୟ ଜନତା ପାର୍ଟି (ବିଜେପି)ର ମଣ୍ଡଳସ୍ତରୀୟ ବୈଠକ ମା' ଦ୍ୱାରସେହ୍ନୀଙ୍କ ମନ୍ଦିର ପ୍ରାଙ୍ଗଣରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ 'ଘର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମର ସଫଳ ଆୟୋଜନ, ଏସ୍ଆଇଆର୍କୁ ନେଇ ବିଏଲ୍ଏ-୨ମାନଙ୍କ ସହ ସମନ୍ୱୟ, ପ୍ରତ୍ୟେକ ବୁଥରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରି 'ମନ କି ବାତ' ଶ୍ରବଣ କାର୍ଯ୍ୟକ୍ରମର ଆୟୋଜନ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଅବସରରେ ସିନ୍ଧେକେଲା ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଦାମୁ ସୁନା, ବଲାଙ୍ଗୀର ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ବିଧାୟକଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଯୌବନ ବାଗ, ସିନ୍ଧେକେଲା ମଣ୍ଡଳ ପ୍ରଭାରୀ କ୍ଷୀରସିନ୍ଧୁ ବଛା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାରତୀ ସାହୁ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ମୁନିରାମ ନାଗ, ହେମନ୍ତ ସାହୁ, ନରେନ୍ଦ୍ର ରଣା, ଜଗନ୍ନାଥ ବେହେରା, ମୋତି ତ୍ରିପାଠୀ, ରୋହିତ ସାହୁ, ପର୍ମା ସାହୁ, ପପୁ ସାହୁ, ଚନ୍ଦ୍ରମଣୀ ହଂସ, ମୁକେଶ ସାହୁ, ପିଣ୍ଟୁ ସାହୁ ପ୍ରମୁଖଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

0 Comments