ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ
ଖବର ସେୟାର କରନ୍ତୁ

ଅବସରପ୍ରାପ୍ତ (ସି ଆର ପି ଏଫ୍) ଜୱାନଙ୍କ ପରଲୋକ : କବର ପୂର୍ବରୁ ଗାର୍ଡ ଅଫ ଅନରର ମର୍ଯ୍ୟଦା ପ୍ରଦାନ କରାଯାଇଥିଲା


ଖୋର୍ଦ୍ଧା (କୋଶଳ ପ୍ରହରୀ) ଖୋର୍ଦ୍ଧାର ସୟଦ ସରୱର୍ ଅଲ୍ଲୀଙ୍କ ଗତ ୪ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଏକ ଘରାଇ ଡାକ୍ତରଖାନା ଭୁବନେଶ୍ୱରରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ସେ ଅବସରପ୍ରାପ୍ତ (ସି ଆର ପି ଏଫ୍) ଜୱାନ୍ ଥିଲେ। ମୃତ୍ୟୁ ବେଳକୁ ବୟସ ୬୫ ବର୍ଷ। ସେ ଖୋର୍ଦ୍ଧାରେ ହାତିଭାଇ ନାମରେ ପରିଚିତ। ସେ ପରିବାର ସହ କଟକରେ ରହୁଥିଲେ। ତାଙ୍କର ଦୁଇଟି ଅବିବାହିତ କନ୍ୟା ସହ ଧର୍ମପତ୍ନୀ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ଭୁବନେଶ୍ବର (ସି ଆର ପି ଏଫ୍) ଅଧିକାରୀ ତାଙ୍କ ପରିବାର ସହ ଆଲୋଚନା କରି ତାଙ୍କ କବର ପୂର୍ବରୁ ତାଙ୍କୁ ଗାର୍ଡ ଅଫ ଅନରରେ ସମ୍ମାନିତ କରାଯିବା ପରେ ଆପଣ ଆପଣଙ୍କ ରୀତିନୀତି ଅନୁସାରେ କବର ଦେବେ। ଏହି ଅନୁସାରେ ୫ ତାରିଖ ବୁଧବାର ଦିନ ୧୧ ଟା ସମୟରେ କଟକ କଦମ ରସୁଲ ପରିସରରେ (ସି ଆର ପି ଏଫ୍) ଅଧିକାରୀ ପହଞ୍ଚି ମୃତ୍ୟୁ ଶରୀର ଉପରେ ପୁଷ୍ପଗୁଚ୍ଛ ରଖି ଗାର୍ଡ ଅଫ ଅନର ସନ୍ମାନିତର ମର୍ଯ୍ୟାଦା ଦେଇଥିଲେ। ପରେ ମୁସଲିମ ସମ୍ପ୍ରଦାୟ ଓ ପରିବାର ଲୋକେ ରୀତିନୀତି ଅନୁସାରେ ତାଙ୍କୁ କବର ଦିଆଯାଇଥିଲା।

Post a Comment

0 Comments