ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ତୁରେକେଲା ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଓ କ୍ରୀଡ଼ା ଶିକ୍ଷକଙ୍କ ବାର୍ଷିକ ବୈଠକ


କଣ୍ଟାବାଞ୍ଜି (କୋଶଳ ପ୍ରହରୀ) ତୁରେକେଲା ବ୍ଲକ ଶାରୀରିକ ଶିକ୍ଷା ଶିକ୍ଷକ ଓ ପ୍ରଧାନଶିକ୍ଷକମାନଙ୍କୁ ନେଇ ପିବିପିଏଚଏସ କୁଇବାହାଲଠାରେ ଏକ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତୁରେକେଲା ବିଇଓ ଶାନ୍ତନୁ କୁମାର ପଢିଆରୀ ସଭାପତିତ୍ୱ କରିଥିବା ବେଳେ ଏବିଈଓ ଫକୀର ଚରଣ ବିଶି ଉପ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଇଓ ନୀଳମଣୀ ପଟେଲ,ଅବସରପ୍ରାପ୍ତ ଆଇପିଇ ଅନ୍ତର୍ଯ୍ୟାମୀ ବିଶ୍ୱାଳ,ପ୍ରଧାନ ଶିକ୍ଷକ ପ୍ରସନ୍ନ ମେହେର, ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ନାଗ, ଶାରୀରିକ ଶିକ୍ଷା ଶିକ୍ଷକ ହେମନ୍ତ ପଧାନ ଏବଂ ତୁରେକେଲା ବିଏସଏସଏ ସେକ୍ରେଟାରୀ ଶୁଭେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ବୈଠକ ଅବସରରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ପଦୋନ୍ନତି ପାଇ ନୂତନ ଭାବେ ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିବା ରାଜେନ୍ଦ୍ର ଦୋରା, ଅଭିନାଶ ମାଝୀ ଓ ପ୍ରତାପ କୁଅଁରଙ୍କୁ ବୈଠକରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହା ସହିତ ବିଭିନ୍ନ ବିଦ୍ୟାଳୟରୁ ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବ୍ଲକ ପାଇଁ ଗୌରବ ଆଣିଥିବା ଖେଳାଳିମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରୀଡ଼ା ଶିକ୍ଷକ ମନୋଜ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରବୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ବ୍ଲକ ସ୍ତରୀୟ ଖେଳାଳି ଚୟନ ପ୍ରକ୍ରିୟା କେଉଁ କେଉଁ ସ୍ଥାନରେ ଆୟୋଜିତ ହେବ ସେ ନେଇ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବାର୍ଷିକ ସମ୍ମିଳନୀରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ କାଡ଼େଶ୍ୱର ମୁର୍ମୁ, ଅଶୋକ ତରିଆ, ଯୁଧିଷ୍ଠିର ଭରାସଗ୍ରିଆ, ଶଙ୍କର ନାଗ, ଲକ୍ଷ୍ମଣ ସାହୁ, ମହେନ୍ଦ୍ର ବାରିକ, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ନନ୍ଦ ଓ କ୍ରୀଡ଼ା ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ, ରାଜେନ୍ଦ୍ର ଧରୁଆ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ରାଜେନ୍ଦ୍ର ସେଠ, ହରିବନ୍ଧୁ ମେହେର, ପ୍ରଶାନ୍ତ ମେହେର, ବିନୟ ମେହେର, ଜିତେନ୍ଦ୍ରନାଥ ନାଏକ, ପଦ୍ମନାଭ ନିଆଲ, ଉପେନ୍ଦ୍ର ଚନ୍ଦନ, ଡିଙ୍ଗର ମାଝୀ, ଇପ୍ସିତ ପ୍ରଧାନୀ, ଉମାଶଙ୍କର ଖମାରୀ, ତୁଲାରାମ ସଗ୍ରିଆ,ଅକ୍ରୁର ବେହେରା, ସୁଶାନ୍ତ ରାଉତ, ଜିତୁ ନାଏକ, ଚନ୍ଦ୍ରଶେଖର ଭୋଇ ଏବଂ କ୍ରୀଡ଼ା ଶିକ୍ଷୟିତ୍ରୀ ନିକିତା ସେଠ ପ୍ରମୁଖ ଯୋଗ ଦେଇଥିଲେ ।

Post a Comment

0 Comments