ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ବର୍ଷା ଆସିଲେ ବୋବାରିଆରେ ବଢୁଛି ଦୁର୍ଦ୍ଦଶା, ଡ୍ରେନ୍ ନଥିବାରୁ ରାସ୍ତାରେ ଜମୁଛି ପାଣି


ଧର୍ମଗଡ,/କୋକସରା (କୋଶଳ ପ୍ରହରୀ) କଂକ୍ରିଟ୍ ରାସ୍ତା ଅଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମୁନାହିଁ। ଅଳ୍ପ ବର୍ଷା ହେଲେ ରାସ୍ତା ଉପରେ ଜମି ରହୁଛି ପାଣି ଓ କାଦୁଅ। ଡ୍ରେନ୍ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ପରିସ୍ଥିତି ଆହୁରି ଜଟିଳ ହେଉଛି। ଏଭଳି ସମସ୍ୟା ଦେଖାଦେଇଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୋବାରିଆ ଗାଁରେ।ବୋବାରିଆ ଗାଁର କଂକ୍ରିଟ୍ ରାସ୍ତାର ଅବସ୍ଥା ଏବେ ଶୋଚନୀୟ। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ହୋଇଥିବା ବେଳେ ବର୍ଷା ହେଲେ ସେହି ଖାଲଖମାରେ ପାଣି ଜମି ରହୁଛି। ଫଳରେ ରାସ୍ତା ସାରା କାଦୁଅ ହୋଇ ଯାତାୟାତ ପାଇଁ ଅସୁବିଧା ସୃଷ୍ଟି ହେଉଛି।ଦୈନନ୍ଦିନ କାମ ପାଇଁ ଯାତାୟାତ କରୁଥିବା ଗ୍ରାମବାସୀଙ୍କ ସମସ୍ୟା ବଢ଼ିଯାଉଥିବା ବେଳେ ବୃଦ୍ଧ, ମହିଳା ଓ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ରାସ୍ତାରେ ଯିବା ସମୟରେ ହଇରାଣ ହେଉଛନ୍ତି।ସମସ୍ୟାର ମୁଖ୍ୟ କାରଣ ପାଲଟିଛି ଡ୍ରେନ୍ ବ୍ୟବସ୍ଥାର ଅଭାବ। ଗାଁରେ ବର୍ଷାଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନ୍ ନଥିବାରୁ ଅଳ୍ପ ବର୍ଷାରେ ମଧ୍ୟ ପାଣି ରାସ୍ତା ଉପରେ ଜମି ରହୁଛି। ଦୀର୍ଘ ସମୟ ଧରି ପାଣି ଜମି ରହିବା ଯୋଗୁଁ ରାସ୍ତା ନଷ୍ଟ ହେବା ସହ ପରିବେଶ ଦୂଷିତ ହେଉଥିବା ଅଭିଯୋଗ ହୋଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତା ଓ ଡ୍ରେନ୍ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନାହିଁ। ତେଣୁ ତୁରନ୍ତ ରାସ୍ତା ମରାମତି ସହ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ବୋବାରିଆ ଗ୍ରାମବାସୀ।

Post a Comment

0 Comments