ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଦଣ୍ଡପାଟ ଯୁବ ସେବା ସଂଗଠନର ନୂଆ ଟିମ୍‌ ଗଠିତ

କ୍ଷୀରସିନ୍ଧୁ ବାଗ ସଭାପତି, ଲଲିତ ବାଣୁଆ ଉପସଭାପତି


କଳାହାଣ୍ଡି (କୋଶଳ ପ୍ରହରୀ) କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳରେ ସମାଜସେବା ଓ ଜନସଚେତନତା କ୍ଷେତ୍ରରେ ସକ୍ରିୟ ଥିବା ଦଣ୍ଡପାଟ ଯୁବ ସେବା ସଂଗଠନ, ବେହେରାର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସଂଗଠନର ସଭାପତି ଭାବେ ଯୁବ ସମାଜସେବୀ କ୍ଷୀରସିନ୍ଧୁ ବାଗ ଏବଂ ଉପସଭାପତି ଭାବେ ସମାଜସେବୀ ତଥା ଚିତ୍ରଶିଳ୍ପୀ ଲଲିତ ବାଣୁଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ଦାୟିତ୍ୱ ଗ୍ରହଣ ପରେ ସଭାପତି କ୍ଷୀରସିନ୍ଧୁ ବାଗ କହିଛନ୍ତି ଯେ, ସମାଜର ତଳସ୍ତରର ଲୋକଙ୍କ ସେବା ଓ ସହଯୋଗ ପାଇଁ ସଂଗଠନ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ହିତ ପାଇଁ ଅଧିକ ସଚେତନତା, ରଚନାତ୍ମକ ଓ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ କହିଛନ୍ତି। ସଂଗଠନର ସଂପାଦକ ଭାବେ ଭୁଜବଳ ନାଏକ, ସହସଂପାଦକ ଭାବେ ସୁଶୀଲ ଚନ୍ଦ୍ର ନାଗ ଏବଂ କୋଷାଧ୍ୟକ୍ଷ ଭାବେ ଭବାନୀ ଶଙ୍କର ବାରିକ ଚୟନିତ ହୋଇଛନ୍ତି। ସଦସ୍ୟ ଭାବେ ଭିକାରୀ ଚରଣ ଗୋପାଳ, ସୁଚିତ୍ରା ଗୋପାଳ, କ୍ଷୀରସିନ୍ଧୁ ବାଣୁଆ, ତ୍ରିଲୋକ ନାଥ ସିଂ, ହେମାଳ ବିଶି ଓ ରୂପେଶ ନାଏକ ରହିଛନ୍ତି। ସେହିପରି ସଂଗଠନର ସଂଯୋଜକ ଭାବେ ରଜତ ବଂଶଲ ଏବଂ ମାର୍ଗଦର୍ଶକ ଭାବେ ଅବିନାଶ ମୁଣ୍ଡ ଦାୟିତ୍ୱ ନେଇଛନ୍ତି। ନୂତନ କର୍ମକର୍ତ୍ତାଙ୍କ ଚୟନ ପରେ ଦଣ୍ଡପାଟ ଅଞ୍ଚଳରେ ସଂଗଠନର ସେବାମୂଳକ କାର୍ଯ୍ୟ ଆହୁରି ବ୍ୟାପକ ହେବ ବୋଲି ଆଶା ପ୍ରକାଶ ପାଇଛି।

Post a Comment

0 Comments