ଝରିଗାଁ (କୋଶଳ ପ୍ରହରୀ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦରପଞ୍ଚାୟତ ଧୋଂରାକୋଟ ଅଙ୍ଗନୱାଡି ଦିଦି ମାସରେ ଦୁଇ ତିନି ଦିନ କେନ୍ଦ୍ରକୁ ଯାଇଥାନ୍ତି । ଆଉ ବାକିତକ ଦିନ ଦିଦି ଜିଲ୍ଲା ବାହାରେ ରୁହନ୍ତି। ଗର୍ଭରେ ବଢୁଥିବା ଶିଶୁ ଠାରୁ ପ୍ରସବ ପୁଣି ଜନ୍ମ ପରେ ଉତ୍ତମ ସ୍ୱାସ୍ଥ୍ୟ ସହ ପ୍ରାକ୍ ଶିକ୍ଷା ପାଇଁ ଅଙ୍ଗନୱାଡି କେନ୍ଦ୍ରରେ ଗଢା ହେଉଛି କୁନି ପିଲାଙ୍କ ଭବିଷ୍ୟତ।ସେମାନଙ୍କ ଶିକ୍ଷା , ସୁସ୍ଥ ଶାରୀରିକ ବିକାଶ ସାଙ୍ଗକୁ ଅନ୍ତର୍ନିହିତ ଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ଅଙ୍ଗନୱାଡି କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ପ୍ରକଳ୍ପ ଭାବେ ପରିଚାଳିତ ହେଉଛି। ଯେଉଁଥିରେ ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉତ୍ତମ ସ୍ୱାସ୍ଥ୍ୟ,ଶିକ୍ଷା ଦକ୍ଷତା ପ୍ରତିଭା ବୃଦ୍ଧି କରିବାକୁ ଅଙ୍ଗନୱାଡି କେନ୍ଦ୍ର ଏହା ପ୍ରାଥମିକ ସୋପାନ। ସୁଷମ ଖାଦ୍ୟ,ପୁଷ୍ଟିକର ଖାଦ୍ୟ, ଭିଟାମିନ , ଭେକ୍ସି ନେସନ ଇମୁନାଇଜେସନ ସହ ବିଭିନ୍ନ ଖେଳଣା ସାମଗ୍ରୀ, ବୁଟ ପୋଷାକ ଆଦି ଯୋଗାଇ ଦିଆଯାଉଛି। ଗର୍ଭ ରେ ଥିବା ଶିଶୁ ଜନ୍ମ ପରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ପ୍ରାକଶିକ୍ଷା କେନ୍ଦ୍ରରେ ଗଢା ହେଉଛି ତାହାର ଆଗାମୀ ଭବିଷ୍ୟତ। ହେଲେ ଏସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ଝରିଗାଁ ବ୍ଲକ, ଚକଲା ପଦର ପଞ୍ଚାୟତର ଧଅଁରା କୋଟ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଶିଶୁ। ଏହି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ କାର୍ଯ୍ୟରେ ଅବହେଳା କରୁଥିବା ବେଳେ ଅଧିକାଂଶ ଦିନ କେନ୍ଦ୍ରକୁ ନ ଆସିବା,ସ୍ଥାୟୀ ରାନ୍ଧୁଣୀ ଥିବା ସତ୍ତ୍ୱେ ମଜୁରୀ ଦେଇ ସେହି ଗ୍ରାମର ମହିଳା କବିତା ଜାନିଙ୍କୁ ରୋଷେଇ ଦାୟୀତ୍ୱ ଦେଇ କାର୍ଯ୍ୟ ଚାଲିବା,ଖାଦ୍ୟ ତାଲିକା ପ୍ରକାରେ ଶିଶୁ ଖାଦ୍ୟ ପ୍ରଦାନ ନ କରିବା , ମାସକରେ ଦିଦୀଙ୍କ ଇଚ୍ଛାରେ ଶିଶୁ ଖାଦ୍ୟ ପ୍ରସ୍ତୁତ କରିବା , ଗର୍ଭବତୀ ମହିଳାଙ୍କୁ ପ୍ରସବ ଟଙ୍କା ମିଳିବାରେ ବିଲମ୍ବତା ଆଦି କାର୍ଯ୍ୟରେ ଚରମ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା ପ୍ରକାରେ ଏହି କେନ୍ଦ୍ରରେ ୨୫ ରୁ ଉର୍ଦ୍ଧ ପିଲା ନିର୍ଭର କରୁଥିବା ବେଳେ କେବଳ ଆଠ ଦଶ ଜଣ ପିଲାଙ୍କ ପାଇଁ ଖାଦ୍ୟ ପ୍ରଦାନ କରାଯାଉଥିବା କହିଛନ୍ତି ଗ୍ରାମବାସୀ। କେନ୍ଦ୍ରକୁ ଆସି ଘଣ୍ଟା ଟି ନ ରହି ଛୁ ମାରିଛନ୍ତି ଦିଦୀ ଜଣକ।ଦିଦିଙ୍କ କାର୍ଯ୍ୟକୁ ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦିଦିଙ୍କ ବିରୁଦ୍ଧରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି। ଗ୍ରାମବାସୀଙ୍କୁ ଏକ ପ୍ରକାର ଭୂତେଇ ଦରମା ପାଉଛନ୍ତି ଦିଦୀ । ଅଙ୍ଗନୱାଡି କର୍ମୀ ଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ ପ୍ରସଙ୍ଗରେ ପଚାରିବାରୁ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଦିଦିଙ୍କ ଆଧିପତ୍ୟ ଏଭଳି ରହିଛି ତାଙ୍କ ବିରୁଦ୍ଧରେ ଗାଁ ଲୋକ ତାଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ଥିବା ବେଳେ ଭୟରେ କିଛି କହିବାକୁ କୁଣ୍ଠାବୋଧ କରୁଥିବା ଜଣା ପଡ଼ିଛି। ଆଜିକୁ ଛଅ ବର୍ଷ ବିତିଯାଇଥିଲେ ମଧ୍ୟ ଫାଉଣ୍ଡଡେସନ୍ ଓ ପିଲାର୍ ଉଠିଛି। ଅଧାପନ୍ତରିଆ ହୋଇ ପଡ଼ି ରହିଛି ଅର୍ଦ୍ଧ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର।ଅଙ୍ଗନୱାଡି କେନ୍ଦ୍ର ଚାଲୁଛି ଅସ୍ଥାୟୀ ରାନ୍ଧୁଣୀ କବିତା ଜାନିଙ୍କ ଘରେ। ସ୍ୱତ୍ସ ସୁସ୍ଥ ପରିବେଶ ଓ ପକ୍କା ଘର ଅଭାବରେ ଅନ୍ଧାରରେ ରହିଛି ଶିଶୁଙ୍କ ଭବିଷ୍ୟତ। ଏହି ପ୍ରସଙ୍ଗରେ ସେକ୍ଟର ସୁପରଭାଇଜର ଙ୍କୁ ପଚାରିବାରୁ ସେ ବଦଳି ହୋଇ ଝରିଗାଁ ଶିଶୁ ବିକାଶ ବିଭାଗ ରେ ସଦ୍ୟ ଯୋଗ ଦେଇଥିବାରୁ ଏହି ପ୍ରସଙ୍ଗରେ ଜାଣିନଥିବା କହିଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କୁ ପଚାରିବାରୁ ଘଟଣା ନେଇ ତଦନ୍ତ କରିବା ସହ ଅଙ୍ଗନୱାଡି କର୍ମୀଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷେ ଏଭଳି ଅଙ୍ଗନୱାଡି କର୍ମୀଙ୍କୁ ପ୍ରଶାସନ ପକ୍ଷରୁ ଠିକ୍ ଭାବେ କାର୍ଯ୍ୟ କରିବାକୁ କମଲୋଚନ ଜାନି, ନିଲ ଜାନି, ଡମୁ ଜାନି,କାଳିଆ ଜାନି,କେଶବ ଜାନି,ମାଧବ ଭୁଞ୍ଜିଆ,ରାବୁନୁ ଜାନି, ଧନସାଏ ଜାନି ପରି ଜାନି,ସଦା ଜାନି ସାବିତ୍ରୀ ଜାନି, ଉଆଁସି ଜାନି,ରାଇବାରୀ ଜାନି, ଭଗବତୀ ଜାନି,ଯମୁନା ଜାନି ପ୍ରମୁଖ ନୂତନ ଗୃହ ନିର୍ମାଣ ଓ ନିୟମିତ କାର୍ଯ୍ୟ କରିବାକୁ ଦାବି କରିଛନ୍ତି।

0 Comments