ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, ଝରିଗାଁରେ ଶୋକର ଛାୟା


ଝରିଗାଁ (କୋଶଳ ପ୍ରହରୀ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତର ଗବାଗୁଡା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ନାବାଳିକା ହେଲେ ସୁନ୍ଦର ସିଂ ମେହେରଙ୍କ ୧୫ ବର୍ଷୀୟ ସାନ ଝିଅ ଗିରିଜା ମେହେର। ସେ ଚଚା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଥିଲେ। ଅସୁସ୍ଥତା କାରଣରୁ ସେ କିଛି ଦିନ ଧରି ବିଦ୍ୟାଳୟକୁ ଯାଇନଥିବା ସୂଚନା ମିଳିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ମଙ୍ଗଳବାର ସେ ପରିବାର ସହ ଜମିରେ କାମ କରି ସନ୍ଧ୍ୟାରେ ଘରକୁ ଫେରିଥିଲେ। ରାତିରେ ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦେବା ପରେ ପରଦିନ ପରୀକ୍ଷା ଥିବାରୁ ପାଠ ପଢ଼ିବେ ବୋଲି କହିଥିଲେ। ବୁଧବାର ସକାଳେ ତାଙ୍କ ମା' ଘର ନିକଟସ୍ଥ ଆମ୍ବଗଛରେ ଗିରିଜାଙ୍କୁ ଓଢଣୀରେ ଝୁଲନ୍ତା ଅବସ୍ଥାରେ ଦେଖି ଚିତ୍କାର କରିଥିଲେ। ପରିବାର ଓ ପଡ଼ୋଶୀମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଖବର ପାଇ ଝରିଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ଛାତ୍ରୀ ପଢ଼ୁଥିବା ଖାତାକୁ ମଧ୍ୟ ତଦନ୍ତ ପାଇଁ ଜବତ କରାଯାଇଛି। ଶବକୁ ବ୍ୟବଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଝରିଗାଁ ଥାନାରେ ୟୁଡି କେସ୍ ନଂ–୨୧/୨୦୨୬ ରୁଜୁ କରାଯାଇ ଘଟଣାର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଶବଟି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Post a Comment

0 Comments