ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ତୁରେକେଲା ବ୍ୟାଙ୍କପଡ଼ାରୁ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ଅଚଳ


ତୁରେକେଲା (କୋଶଳ ପ୍ରହରୀ) : ତୁରେକେଲା ବ୍ୟାଙ୍କପଡ଼ାରୁ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍‌ଗୁଡ଼ିକ ଦୀର୍ଘ ୬ ମାସ ହେଲା ଜଳୁନାହିଁ। ଫଳରେ ସନ୍ଧ୍ୟା ପରେ ଏହି ରାସ୍ତାଟି ଅନ୍ଧକାରମୟ ହୋଇପଡ଼ୁଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଷ୍ଟ୍ରିଟ୍ ଲାଇଟ୍ ମରାମତି କରିବା ପାଇଁ ପ୍ରାୟ ୬ ମାସ ତଳେ ପଞ୍ଚାୟତର ପିଇଓଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ। ସେତେବେଳେ ଶୀଘ୍ର ଷ୍ଟ୍ରିଟ୍ ଲାଇଟ୍ ଠିକ୍ କରାଯିବ ବୋଲି ପିଇଓ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଲାଇଟ୍ ଜଳିନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ରାତି ସମୟରେ ଏହି ରାସ୍ତାରେ ଅନ୍ଧାର ଯୋଗୁଁ ଦୁର୍ଘଟଣା ଓ ଅନ୍ୟାନ୍ୟ ଅସୁବିଧାର ଆଶଙ୍କା ରହିଛି। ତେଣୁ ତୁରେକେଲା ପଞ୍ଚାୟତ ପ୍ରଶାସନ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍‌ଗୁଡ଼ିକ ମରାମତି କରି ଜଳାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Post a Comment

0 Comments