ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ହରିପୁରଠାରେ ସଡ଼କ ଦୁର୍ଘଟଣା: ସ୍ବିଫ୍ଟ ଡିଜାୟର ଓ ଛୋଟା ହାତୀ ମଧ୍ଯରେ ମୁହାଁମୁହିଁ ଧକ୍କା, ୨ ଚାଳକ ଗୁରୁତର


ନୂଆପଡ଼ା (କୋଶଳ ପ୍ରହରୀ) ନୁଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ହରିପୁର ନିକଟରେ ୩୫୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍ବିଫ୍ଟ ଡିଜାୟର କାର୍ ଓ ଏକ ଛୋଟା ହାତୀ ଗାଡ଼ି ମଧ୍ଯରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଗାଡ଼ିର ଚାଲକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସ୍ବିଫ୍ଟ ଡିଜାୟ ୟର କାର୍‌ଟି ଖଡ଼ିଆଳର ଜଣେ ଔଷଧ ଦୋକାନୀଙ୍କର ବୋଲି ଜଣାପଡ଼ିଛି। ସେହିପରି ଅନ୍ୟପଟେ ଛୋଟା ହାତୀ ଗାଡ଼ିଟି କଣ୍ଟାବାଞ୍ଜି ଅଞ୍ଚଳର ବୋଲି ସୂଚନା ମିଳିଛି।ଦୁର୍ଘଟଣାରେ କଣ୍ଟାବାଞ୍ଜି ଗାଡ଼ିର ଚାଳକଙ୍କ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ତାଙ୍କୁ ତୁରନ୍ତ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପଟେ, ସ୍ଵିଫ୍ଟ ଡିଜାୟରରେ ଥ‌ିବା ଚାଳକଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଖଡ଼ିଆଳ ମିଶନ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି।ଦୁର୍ଘଟଣା ପରେ ଘଟଣାସ୍ଥଳରେ କୋମନା ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କେଉଁ ପରିସ୍ଥିତିରେ ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେଲା, ସେନେଇ ପୋଲିସ ପକ୍ଷରୁ ତଦନୁ ଜାରି ରହିଛି।

Post a Comment

0 Comments