ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ବିର୍ଲାନୁରେ ଶ୍ରମିକ-କର୍ମଚାରୀ ଦେଲେ ୨୦୨ ୟୁନିଟ୍ ରକ୍ତ


ବାଲେଶ୍ବର (ଲକ୍ଷ୍ମୀଧର ବାରିକ / କୋଶଳ ପ୍ରହରୀ): ରେମୁଣା ସୋମନାଥପୁର ଶିଳ୍ପାଞ୍ଚଳସ୍ଥିତ ବିର୍ଲାନୁ କାରଖାନାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।  କାରଖାନା ପରିଚାଳକ ପିତବାସ ବେହେରା ଓ ରକ୍ତଭଣ୍ଡାର ଅଧିକାରୀ ଡା  ବସନ୍ତ କୁମାର ଉପାଧ୍ୟାୟ ମିଳିତଭାବେ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ରକ୍ତ କିଭଳି ଅନ୍ୟର ଜୀବନ ରକ୍ଷା କରିପାରେ ବୁଝାଇ କାରଖାନା ପରିବାର ତରଫରୁ ଶ୍ରମିକ, କର୍ମଚାରୀ, କାରଖାନା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରକ୍ତ ଦେବା ପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ଯୁଗ୍ମ ସମ୍ପାଦକ( କାର୍ଯ୍ୟାଳୟ) ଦେବାଶିଷ ପାଣି ଯୋଗଦେଇଥିଲେ। 


ମାନବ ସମ୍ବଳ ଅଧିକାରୀ ତ‌ଥା ରକ୍ତଦାନ ସଂଯୋଜକ ଜ୍ୟୋତିପ୍ରକାଶ ପାତ୍ରଙ୍କ ତତ୍ବାବଧାନରେ ଆୟୋଜିତ ଶିବରରୁ ୨୦୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ପ୍ରମୋଦ କୁମାର ବଳ, ପ୍ରମୋଦ କୁମାର ରାଉତ, ବରଦାପ୍ରସନ୍ନ ସାହୁ, ସୁଧାଂଶୁ ମିଶ୍ର, ପ୍ରଦୀପ କୁମାର ନାୟକ, ସତ୍ୟଜିତ ମହାନ୍ତି, ସୁଜନ ସ୍ଵାଇଁ, ଜୟନ୍ତ ସାମଲ, ମନୋରଞ୍ଜନ ଶୀଳ, ଶୁଭେଚ୍ଛୁ ରବିନାରାୟଣ ପତି ପରିଚାଳନାରେ ସହ‌ଯୋଗ କରିଥିଲେ।  କାରଖାନାର ସହକାରୀ ମାନବ ସମ୍ବଳ ଅଧିକାରୀଣୀ କୁନୁମୁନି ବେହେରା ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ୍ ଦେଇଥିଲେ।


Post a Comment

0 Comments