ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଲଗାଣ ବର୍ଷାରେ ଭାଙ୍ଗିଲା ଘର


ନୁଆପଡ଼ା (କୋଶଳ ପ୍ରହରୀ) ଓଡ଼ିଶାର ବିଭିନ୍ନ ସ୍ଥାନରେ ଲାଗିରହିଥ‌ିବା ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘର ଭାଙ୍ଗିଯିବାର ଖବର ସାମ୍ନାକୁ ଆସିଛି। ବିଶେଷକରି ମାଟି ଘର ଏବଂ ଝାଟିମାଟି, ପୁରୁଣା ଇଟା ଘରଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି। ନୂଆପଡା ଜିଲ୍ଲା କୋମନା ବ୍ଲକର ଗଣ୍ଡମେର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାବ୍ରିପଡା ଗ୍ରାମର କବିରାଜ ଶବର ପିତା ପୁରନ୍ଦର ଶବର ଙ୍କ ମାଟି ଛପର ଘର ଲଗାଣ ବର୍ଷା ଯୋଗୁଁ ଭାଙ୍ଗି ଭୁଶୁଡ଼ି ପଡ଼ିଛି। ମଙ୍ଗଳ ବାର ଦିନ ମଧ୍ୟାହ୍ନ ସମୟରେ ଭାଙ୍ଗି ଯିବା ଯୋଗୁଁ ପ୍ରବଳ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ଗାଁ ର ଆଖ ପାଖ ପଡୋଶୀ ଓ ଗଣ୍ଡାମେର ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ହୃଷିକେଶ ଶବର ଉପସ୍ଥିତ ରହି ପରିବାରକୁ ସାନ୍ତ୍ୱନା ଦେଇଥିଲେ। ତାଙ୍କ ପରିବାର ରେ ଚାରି ଜଣ ରହନ୍ତି। ତାଙ୍କ ପରିବାର ଗରିବ ଓ କ୍ଷୁଦ୍ର ଚାଷୀ ଶ୍ରେଣୀର ଅଟନ୍ତି। ଘର ଭାଙ୍ଗି ଯିବା ଫଳରେ ପରିବାର ଦୁଃଖ ରେ ଭାଙ୍ଗି ପଡିଛନ୍ତି। ଘର ଭାଙ୍ଗିବା ଯୋଗୁଁ ପରିବାର ବାସହୀନ ହୋଇପଡ଼ିଥ‌ିବା ବେଳେ ଘର ର ଆଉ ଏକ ବଖରାରେ ରହୁଛନ୍ତି। ତେଣୁକରି ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଜନସାଧାରଣରେ ଦାବି ହେଉଛି। ସେ ପରିବାର ମଧ୍ୟ ପ୍ରଶାସନ ନିକଟରେ ସରକାରୀ ସହାୟତା ନିମନ୍ତେ ନିବେଦନ କରିଛନ୍ତି।

Post a Comment

0 Comments