ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଭୂଷଲାଡ଼ ଯୁବା ମଞ୍ଚ ପକ୍ଷରୁ ନୂଆଁଖାଇ ଭେଟଘାଟ୍ -୨୦୨୬ ପାଇଁ ପ୍ରସ୍ତୁତି ବୈଠକ


ବଙ୍ଗୋମୁଣ୍ଡା (କୋଶଳ ପ୍ରହରୀ) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୂଷଲାଡ଼ ଯୁବା ମଞ୍ଚ ପକ୍ଷରୁ ଚଳିତ ବର୍ଷ ନୂଆଁଖାଇ ଭେଟଘାଟ୍ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କାର୍ଯ୍ୟକାରୀ ସଭାପତି ସଞ୍ଜିତ ସାହୁ ଙ୍କ ସଭାପତିତ୍ୱ ରେ ହୋଇଥିଲା । ଆସନ୍ତା ସେପ୍ଟେମ୍ୱର ୧୭ ତାରିଖ ସନ୍ଧ୍ୟା ୬ ଘଟିକା ରେ ବଡ଼ ଧୂମଧାମ ରେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ କୁ ସାଙ୍ଗଠନିକ ସମ୍ପାଦକ ଲୋଚନ ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ପଦ୍ମଶ୍ରୀ ହଳଧର ନାଗ ସହ ଅନ୍ୟ ବିଶିଷ୍ଟ ଅତିଥି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସର ରେ "ଉନ୍ଦେର୍" ନାମକ ଏକ ପତ୍ରିକା ମଧ୍ୟ ଅତିଥି ଙ୍କ ଦ୍ଵାରା ଉନ୍ମୋଚିତ ହେବ ବୋଲି ଜଣାପଡିଛି । ସାଂସ୍କୃତିକ ସନ୍ଧ୍ୟା ରେ ବିଶିଷ୍ଟ କଣ୍ଠଶିଳ୍ପୀ ଶର୍ବେଶ୍ୱର୍ ଭୋଇ ଓ ସଙ୍ଗୀତା ରାଉତ୍, ତୋଷରା ସାନବଡ଼ ଘୁଡ଼କା,ଲୋଇସିଂହା ଶଙ୍କର ବେହେରା ଡ୍ୟାନ୍ସ ଗ୍ରୁପ୍ ସହ ଅନ୍ୟ ସାଂସ୍କୃତିକ ଦଳ ଗୁଡିକ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ କମ୍ପି ଉଠିବ ବୋଲି ଆୟୋଜକ ଙ୍କ ପକ୍ଷରୁ ସୂଚନା ମିଳିଛି ।

Post a Comment

0 Comments