ରାକ୍ଷୀ ନୁହେଁ ଏହା ଯେ ସୁରକ୍ଷା କବଜ
ଭାଈ ସାଥେ ଭଉଣୀର
ଭାଈ ହାତେ ବାନ୍ଧି ସ୍ନେହ ପ୍ରୀତିର ଡୋର
ଶୁଭ ମନାସଇ ତାର ।।
ନା ମନଗହୀରେ ପାଉଣା ଆଶା ଜମେ
ନା ଯେ ଉପହାର ଚାହେଁ
ବିପଦେ ଆପଦେ ଦୁଃଖ ସବୁ ସମୟେ
ଭାଈ ତାର ସାହା ହୁଏ ।।
ନିଆରା ସମ୍ପର୍କ ଯେ ଭାଈ ଭଉଣୀର
ପବିତ୍ର ଏଇ ବନ୍ଧନ
ଧନ ନୁହେଁ ଶ୍ରଦ୍ଧା ସୁସମ୍ପର୍କ ରହିଲେ
ରାକ୍ଷୀର ରହିବ ମନ ।।
ଦ୍ୱାପର ଯୁଗେ ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତେ
ଦ୍ରୌପଦୀ ବାନ୍ଧିଲେ ଡୋର
କୋଟି ବସ୍ତ୍ର ଦେଇ ଶ୍ରୀକୃଷ୍ଣ ଯେ ରଖିଲେ
କୃଷ୍ଣାଙ୍କ ରାକ୍ଷୀର ଭାର ।।
ରାକ୍ଷୀ ପୂର୍ଣ୍ଣିମାରେ ନିଜ ଭାଈର ହାତେ
ଭଉଣୀ ବାନ୍ଧନ୍ତି ରାକ୍ଷୀ
ଭାଈର କର୍ତ୍ତବ୍ୟ ଭଉଣୀର ସୁରକ୍ଷା
ଜଗା ବଳିଆ ତା ସାକ୍ଷୀ ।।
__________________________________________________
ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକ
(ଯୁବ କବି ତଥା ଇଂରାଜୀ ଅଧ୍ୟାପକ,ସାଇ ଶ୍ରଦ୍ଧା ମହାବିଦ୍ୟାଳୟ,At- ଅଶୋକ ନଗର,
ପୋ:/ ଜିଲ୍ଲା :କୋରାପୁଟ ମୋ:8917319377

0 Comments