ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ବଲାଙ୍ଗୀରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ, ବାହାରିଲା ବିଶାଳ ତ୍ରିରଙ୍ଗା ରାଲି


ବଲାଙ୍ଗୀର (କୋଶଲ ପ୍ରହରୀ) ସ୍ୱାଧୀନତା ଦିବସ ପାଳନ ଅବସରରେ ବଲାଙ୍ଗୀରରେ ଆରମ୍ଭ ହୋଇଛି ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନ। ଦେଶ ପ୍ରେମର ଭାବନାରେ ସର୍କିଟ୍ ହାଉସ୍‌ରୁ ବାହାରିଥିଲା ବିଶାଳ ତ୍ରିରଙ୍ଗା ରାଲି। ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଲିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବଲ୍ଲଭ ଧରୁଆ ଓ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ତ୍ରିରଙ୍ଗା ପତାକା ଧରି ଦେଶ ପ୍ରେମର ନାରା ଦେଇ ରାଲି ସହର ପରିକ୍ରମା କରି ସରକାରୀ ମହିଳା ମହାବିଦ୍ୟାଳୟରେ ପହଞ୍ଚିଥିଲା। ସେଠାରେ ତ୍ରିରଙ୍ଗା କନସର୍ଟ, ଦେଶାତ୍ମବୋଧକ ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ରାଲିରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସମାଜସେବୀ ଓ ବହୁ ସଂଖ୍ୟାରେ ସାଧାରଣ ଲୋକ ସାମିଲ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ‘ହର ଘର ତ୍ରିରଙ୍ଗା’କୁ କେବଳ ଏକ ଅଭିଯାନ ନୁହେଁ, ବରଂ ଦେଶ ପ୍ରେମ ଓ ଜାତୀୟ ଏକତା ଜନଆନ୍ଦୋଳନ ବୋଲି କହିଥିଲେ। ସେହିପରି ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମଧ୍ୟ ତ୍ରିରଙ୍ଗା ତଳେ ସମସ୍ତେ ଏକତ୍ରିତ ହୋଇ ରାଷ୍ଟ୍ରୀୟ ଏକତାକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ।


Post a Comment

0 Comments