ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ବନ୍ଦ ଘରୁ ୪ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି


ଟିଟିଲାଗଡ ( କୋଶଲ ପ୍ରହରୀ) ଟିଟିଲାଗଡ଼ ସହରର ଠିକାଦାର ପଡ଼ାରେ ବଡ଼ ଧରଣର ଚୋରି ଅଭିଯୋଗ । ବନ୍ଦ ଘରକୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ପ୍ରାୟ ୪ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘର ମାଲିକ ଜୟପ୍ରକାଶ ଛାପଡ଼ିଆ ବର୍ତ୍ତମାନ ରାୟପୁରରେ ରହୁଥିବା ବେଳେ, ଘର ବନ୍ଦ ଥିବାର ସୁଯୋଗ ନେଇ ଚୋର ମାନେ ଘରେ ପଶି ମୂଲ୍ୟବାନ ସାମଗ୍ରୀ ଲୁଟି ଫେରାର ହୋଇଛନ୍ତି । ସକାଳେ ଘଟଣା ଜଣାପଡ଼ିବା ପରେ ଟିଟିଲାଗଡ଼ ପୋଲିସକୁ ସୂଚନା ଦିଆଯାଇଥିଲା । ଆଇଆଇସି ମନୋଜ କୁମାର ମୁଣ୍ଡାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରଙ୍କୁ ଧରିବା ପାଇଁ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଚାଲିଥିବା ବେଳେ, ଘରମାଲିକ ଫେରିବା ପରେ ଚୋରି ହୋଇଥିବା ସାମଗ୍ରୀର ସଠିକ୍ ତାଲିକା ଓ ମୂଲ୍ୟ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Post a Comment

0 Comments