ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ମଧ୍ୟରାତ୍ରିରେ ହାତୀପଲର ତାଣ୍ଡବ: ମାଟିରେ ମିଶିଗଲା ଘର, ଗୁରୁତର ଆହତ ହେଲେ ଏକ ପରିବାରର ୪ ସଦସ୍ୟ


ମୁରିବାହାଲ (କୋଶଳ ପ୍ରହରୀ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଇଛାପଡ଼ା ପଞ୍ଚାୟତର ସର୍ଗୁଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀପଲର ତାଣ୍ଡବ ଦେଖିବାକୁ ମିଳିଛି। ରାତି ପ୍ରାୟ ୨ଟା ସମୟରେ ହାତୀପଲ ଗ୍ରାମରେ ପଶି ଲିଙ୍ଗରାଜ ଭୋଇଙ୍କ ଘର ଉପରେ ଆକ୍ରମଣ କରି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଦେଇଥିଲେ। ହଠାତ୍ ହାତୀପଲର ଆକ୍ରମଣରେ ଲିଙ୍ଗରାଜ ଭୋଇ, ତାଙ୍କ ସ୍ତ୍ରୀ ଏବଂ ଦୁଇଜଣ ଶିଶୁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସର୍ଗୁଲ ସମେତ ଆଖପାଖ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବାରମ୍ବାର ହାତୀପଲ ଜନବସତି ମୁହାଁ ହେଉଥିବାରୁ ଲୋକମାନେ ରାତିରେ ଆତଙ୍କରେ ରହୁଛନ୍ତି। ପୀଡ଼ିତ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା, ମେଡିକାଲ ଖର୍ଚ୍ଚ ଓ ସ୍ଥାୟୀ ହାତୀ ନିୟନ୍ତ୍ରଣ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ, ବନ ବିଭାଗ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଗ୍ରାମବାସୀମାନେ ଦୃଢ଼ ଦାବି ଉଠାଇଛନ୍ତି।

Post a Comment

0 Comments