ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ସୁନାଠାରୁ ମହଙ୍ଗା' ଉଇହୁଙ୍କା ଛତୁ! ସିନାପାଲି ବଜାରରେ କିଲୋ ୪୦୦ ଟଙ୍କା


ସିନାପାଲି (କୋଶଳ ପ୍ରହରୀ) : ବର୍ଷା ଆସିଲେ ଜଙ୍ଗଲରୁ ବାହାରୁଥିବା ଉଇହୁଙ୍କା ଛତୁକୁ ନେଇ ଲୋକଙ୍କ ମଧ୍ୟରେ ଥାଏ ପ୍ରବଳ ଆକର୍ଷଣ। କିନ୍ତୁ ଚଳିତ ବର୍ଷ ସିନାପାଲି ବଜାରରେ ଏହି ଛତୁର ଦର ଶୁଣି ଗ୍ରାହକଙ୍କ ଆଖି ଖୋଲା ରହିଯାଉଛି। ବର୍ତ୍ତମାନ କିଲୋ ପିଛା ୪୦୦ ଟଙ୍କାରେ ବିକ୍ରି ହେଉଥିବାରୁ ଏହା ସାଧାରଣ ଲୋକଙ୍କ ପହଞ୍ଚରୁ ଧୀରେ ଧୀରେ ଦୂରେଇବାରେ ଲାଗିଛି। ବଜାରକୁ ଛତୁ କିଣିବାକୁ ଆସୁଥିବା ଅନେକ ଗ୍ରାହକ ଏହି ଦରକୁ ଅତ୍ୟଧିକ ବୋଲି କହୁଥିବା ବେଳେ, ବ୍ୟବସାୟୀମାନଙ୍କ ଯୁକ୍ତି ହେଉଛି ଜଙ୍ଗଲରୁ ଆବଶ୍ୟକ ପରିମାଣରେ ଛତୁ ମିଳୁନଥିବାରୁ ଯୋଗାଣ କମିଛି ଓ ଚାହିଦା ବଢ଼ିଥିବାରୁ ଦର ଉପରମୁହାଁ ହୋଇଛି। ଉଇହୁଙ୍କା ଛତୁର ଏହି ଅସ୍ୱାଭାବିକ ଦରବୃଦ୍ଧି ପଛରେ ପ୍ରକୃତ କାରଣ କ'ଣ, ତାହାକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ଚାଲିଛି। ବର୍ଷା ବଢ଼ିବା ସହ ଜଙ୍ଗଲରେ ଛତୁର ପରିମାଣ ବଢ଼ିଲେ ଦର କମିପାରେ ବୋଲି ଅନେକଙ୍କ ଆଶା ରହିଛି। ଏପର୍ଯ୍ୟନ୍ତ କିନ୍ତୁ ଉଇହୁଙ୍କା ଛତୁର ସ୍ୱାଦ ପାଇବାକୁ ଗ୍ରାହକଙ୍କୁ ନିଜ ପକେଟ୍‌ ଅଧିକ ଖୋଲିବାକୁ ପଡ଼ୁଛି।

Post a Comment

0 Comments