ଏହି ଅବସରରେ +୨ ଇନଚାର୍ଜ ଶ୍ରୀ ରାଜେଶ କୁମାର ମହାନ୍ତି, ପ୍ରଶାସନିକ ବର୍ସର ଶ୍ରୀ ଜେ.ଏନ୍. ମିଶ୍ରଙ୍କ ସମେତ କଲେଜର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନିର୍ବାଚନୀ ସଚେତନତା, ଗଣତାନ୍ତ୍ରିକ ପ୍ରକ୍ରିୟା, ମତଦାନର ଗୁରୁତ୍ୱ ଏବଂ ଜଣେ ଦାୟିତ୍ୱବାନ ନାଗରିକ ଭାବେ ନିର୍ବାଚନରେ ଅଂଶଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ନିଜ ମତାଧିକାରର ମୂଲ୍ୟ ବୁଝିବା ସହ ସଚେତନ ଓ ଦାୟିତ୍ୱବାନ ଭାବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବାକୁ ପ୍ରେରଣା ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ବାବିତା ଦେବଦର୍ଶିନୀ ସଂଚାଳନ କରିଥିବା ବେଳେ ଶ୍ରୀ ମନୀଷ କୁମାର ମହାନ୍ତି, ଶ୍ରୀ ଜତିନ ଦ୍ୱାରୀ, ଶ୍ରୀ କୃଷ୍ଣ ମେହେର ଓ ଶ୍ରୀ ସୁଶାନ୍ତ ସ୍ୱାଇଁ ବୈଠକର ସମନ୍ୱୟ ଦାୟିତ୍ୱ ତୁଲାଇଥିଲେ। ଶେଷରେ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ବୃଦ୍ଧି କରି ସେମାନଙ୍କୁ ଜଣେ ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ନାଗରିକ ଭାବେ ଗଢ଼ି ତୋଳିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

0 Comments