ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଡାକ୍ତର ଅମଜଦ ଖାଁ, ରାଜ୍ୟ କାର୍ଯ୍ୟକାରୀ ସଭାପତି : ବିଜେଡି ମହଲ ରେ ଖୁସି


କଣ୍ଟାବାଞ୍ଜି (କୋଶଳ ପ୍ରହରୀ) ବିଜୁ ଜନତା ଦଳର ରାଜ୍ୟ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିଜୁ ଜନତା ଦଳ ଅଳ୍ପସଂଖ୍ୟକ ସେଲ୍ ର ରାଜ୍ୟ କମିଟି କୁ ଆଜି ଅନୁମୋଦନ ଦେଇଛନ୍ତି, ଏହି କ୍ରମ ରେ କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ସ୍ୱର୍ଗୀୟ ଆୟୁବ ଖାଁ ଙ୍କ ପୁଅ ଓ ଅଞ୍ଚଳ ର ଜଣାଶୁଣା ଡାକ୍ତର ଶ୍ରୀ ଅମଜଦ ଖାଁ ଙ୍କୁ ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି, ତାଙ୍କ ଏହି ନିଯୁକ୍ତି ରେ ବିଜେଡ଼ି କର୍ମୀ ଙ୍କ ମଧ୍ଯ ରେ ଖୁସି ର ଲହରୀ ଦେଖିବାକୁ ମିଳିଛି, ବିଜେଡି ସଭାପତି କଣ୍ଟାବାଞ୍ଜି କିଶୋର ମଜଖଣ୍ଡ, ମୁରୀବାହାଲ ବ୍ଲକ ସଭାପତି ସନ୍ୟାସୀ ପୁଟେଲ୍, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ରାଧେଶ୍ୟାମ କେତକୀ ସହ କର୍ମୀ ମାନେ ଅଭିନନ୍ଦନ ଜଣାଇଛନ୍ତି।

Post a Comment

0 Comments