ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ମାନବତାର ନୂଆ ଉଦାହରଣ : ୧୦୮ ଆମ୍ବୁଲାନ୍ସ ଭିତରେ ଶିଶୁ କନ୍ୟା ଜନ୍ମ


ରାୟଗଡା (କୋଶଳ ପ୍ରହରୀ) ମାନବତା ଏବେ ବି ବଞ୍ଚିଛି ବୋଲି ପୁଣି ଥରେ ପ୍ରମାଣିତ ହେଲା। ରାୟଗଡା ଜିଲ୍ଲା ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଏକ ଶିଶୁ କନ୍ୟାର ଜୀବନ ବଞ୍ଚାଇଲେ। ସ୍ଥାନୀୟ ସଟ୍ଟା ଗ୍ରାମରୁ ଗର୍ଭବତୀଙ୍କୁ ଆଣିବା ସମୟରେ ରାସ୍ତାରେ ଯିବା ବେଳେ ପ୍ରସବ ବେଦନା ବଢ଼ି ଯାଇଥିଲା I ଆମ୍ବୁଲାନ୍ସ ଭିତରେ ହିଁ ଫାର୍ମାସିଷ୍ଟ ଜଣକ ନିଜ ଅଭିଜ୍ଞତା ଓ ସାହସରେ ଆଶା ସଞ୍ଜୁ ମାଝୀଙ୍କ ସହାୟତାରେ ସୁରକ୍ଷିତ ଭାବେ ଶିଶୁ କନ୍ୟାର ପ୍ରସବ କରାଇଲେ। ମା' ଓ ଝିଅ ଉଭୟ ସୁସ୍ଥ ଅଛନ୍ତି। କିଛି ମିନିଟର ଭିତରେ ମୃତ୍ୟୁ ଓ ଜୀବନର ଫରକ ଥାଏ। ସେହି ସମୟରେ ୧୦୮ ଟିମ୍ ଦେଖାଇଥିବା ତତ୍ପରତା ଓ ସେବା ଭାବନା ସତରେ ପ୍ରଶଂସନୀୟ। ଏଇ ଘଟଣା ଆମକୁ ଶିଖାଏ ଯେ ସେବା ହିଁ ସବୁଠୁ ବଡ଼ ଧର୍ମ। ଏହି ମହତ କାର୍ଯ୍ୟରେ ସହଯୋଗୀ ରବି ଶବର ଓ ଚାଳକ ଏମ. ମାଧବ ସହଯୋଗ କରିଥିଲେ I

Post a Comment

0 Comments