ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଗୁଡଭେଲା ବ୍ଲକ୍ ସ୍ତରୀୟ ପାଚିକା ଓ ସହାୟିକାଙ୍କ ତାଲିମ ଶିବିର ଅନୁଷ୍ଠିତ


ତୁଷୁରା (କୋଶଳ ପ୍ରହରୀ) ସ୍ଥାନୀୟ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଡ଼ାହିମାଲ ଠାରେ ବ୍ଲକ୍ ସ୍ତରୀୟ ଏକ ଦିବସୀୟ ତାଲିମ ଶିବିର ଏବିଇଓ ବିପିନ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ତାଲିମ୍ ଶିବିରରେ ସାଧନ କର୍ମୀ ଜଗମୋହନ ତ୍ରିପାଠୀ, ସୁଧାଂଶୁ ପୁଟା, ପ୍ରହଲ୍ଲାଦ ଦଣ୍ଡସେନା ଓ ରମେଶ ଚନ୍ଦ୍ର ଭୋଇ ଯୋଗ ଦେଇ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଥିବା ସମସ୍ତ ୨୦୦ ଜଣ ରୋଷେୟାଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଏହି ତାଲିମ୍ ଶିବିର ରେ ଉଚ୍ଚ ମାନର ଖାଦ୍ୟ ପ୍ରସ୍ତୁତି,ସ୍ୱଚ୍ଛତା, ଗୁଣ ଓ ନିରାପତ୍ତା ବିଷୟରେ ସବିଶେଷ ତାଲିମ୍ ପ୍ରଦାନ କରା ଯାଇଥିଲା। ଏହି ଅବସରରେ ଶିବିରକୁ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ସାହୁ ଓ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ୍ୟ ଦିଗ୍‌ଦର୍ଶନ କରିଥିଲେ । ବିଆର୍‌ପି ଜୁଲ୍ ଫିକର ଖାନ୍ ସହଯୋଗ କରିଥିଲେ ଓ ଶେଷରେ ଏମ୍‌ଡିଏମ୍‌ ଡିଇଓ ରମାକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।।

Post a Comment

0 Comments