ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା

ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ


ସୋନପୁର (କୋଶଳ ପ୍ରହରୀ) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଗତ ରବିବାର ରାତିରେ ଜଣେ ଯୁବକ ଙ୍କ ଚିକିତ୍ସା ଅବହେଳା ରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।ମୃତକ ଜଣକ ହେଲେ ସୋନପୁର ଥାନା ଅନ୍ତର୍ଗତ ପାନିଶିଆଲି ଗାଁ ର ପ୍ରଶାନ୍ତ କୁମାର ତ୍ରିପାଠୀ । ଏହି ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ଉତ୍ୟକ୍ତ ହୋଇ ମୃତକଙ୍କ ପରିବାର ସଦସ୍ୟ ଡାକ୍ତରଙ୍କୁ ଗାଳିଗୁଲଜ ଓ ଧସ୍ତାଧସ୍ତି କରିଥିବା ନେଇ ସୋନପୁର ଥାନାରେ ଅଭିଯୋଗ ହୋଇଥିଲା। ଅପରପକ୍ଷ ରେ ମୃତକ ଙ୍କ ପରିବାର ବର୍ଗ ପକ୍ଷରୁ ମଧ୍ୟ ଚିକିତ୍ସା ଅବହେଳା ରୁ ପ୍ରଶାନ୍ତ ଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ପରିବାର ପକ୍ଷ ରୁ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣା ପରେ ମୃତକ ଙ୍କ ଶବ ବ୍ୟବଛେଦ କରିବା ରେ ବିଳମ୍ବ କରିବା ସହ ଯେଉଁ ମାନେ ଡାକ୍ତର ଙ୍କ ସହ ଧସ୍ତା ଧସ୍ତି କରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରିବା କୁ ଡାକ୍ତର ସଂଘ ପକ୍ଷରୁ କୁହାଯାଇଥିଲା ।

ଏନେଇ ଡାକ୍ତର ମାନେ ଡିଏଚଏଚ ପରିସର ରେ ଏସପି ଙ୍କ ସହ ଆଲୋଚନା କରୁଥିଲେ । ସେହି ସମୟ ରେ କିଛି ସାମ୍ବାଦିକ ଉକ୍ତ ଆଲୋଚନା ସମୟ ର ଭିଡିଓ ଫୋଟ ଉତ୍ତୋଳନ କରୁଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଡ. ସର୍ବଜିତ ମହାପାତ୍ର ଆଙ୍ଗୁଠି ଲମ୍ଭାଇ ସାମ୍ବାଦିକମାନଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ଯାହାକି ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେଉଛି । ଏହାକୁ ନେଇ ଜିଲ୍ଲା ର ସାମ୍ବାଦିକ ଓ ବୁଦ୍ଧିଜୀବୀ ଙ୍କ ମହଲ ରେ ଖୁବ୍ ଅସନ୍ତୋଷ ଦେଖା ଦେଇଛି । ଓ ଏହି ଘଟଣାକୁ ଖୁବ୍ ନିନ୍ଦା କରାଯାଉଛି । ଏହି ଘଟଣା ବିରୁଦ୍ଧରେ ଆଜି ସମସ୍ତ ସାମ୍ବାଦିକ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଙ୍କୁ ଭେଟି ଏହି ଘଟଣା ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଲିଖିତ ଭାବେ ଜଣାଇଛନ୍ତି । ଓ ଏନେଇ ସିଡିଏମଓ ଡ. ଉଷାରାଣୀ ଦାସ ଙ୍କୁ ମଧ୍ୟ ସାକ୍ଷାତ୍ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Post a Comment

0 Comments