ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଏୟାର ବ୍ୟାଗରେ ୧୦ କେଜି ଗଞ୍ଜେଇ; ବଲାଙ୍ଗୀର ରେଲୱେ ଷ୍ଟେଶନରୁ ଯୁବକ ଗିରଫ


ବଲାଙ୍ଗୀର (କୋଶଳ ପ୍ରହରୀ) : ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ରେଲୱେ ସୁରକ୍ଷା ବଳ (ଆରପିଏଫ)। ଏହି ଘଟଣାରେ ଫୁଲବାଣୀ ଗୋଛାପଡ଼ା ଗ୍ରାମର ଶ୍ୱେତ କହଁର (୧୯)ଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ଶ୍ୱେତ ଏକ ଏୟାର ବ୍ୟାଗରେ ଗଞ୍ଜେଇ ନେଇ ଫୁଲବାଣୀରୁ ବଲାଙ୍ଗୀର ରେଲୱେ ଷ୍ଟେଶନରେ ପହଞ୍ଚିଥିଲେ। ଷ୍ଟେଶନରେ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଧରି କାହାକୁ ଅପେକ୍ଷା କରୁଥିବା ସମୟରେ ଆରପିଏଫର ପାଟ୍ରୋଲିଂ ଟିମ୍‌ର ନଜର ତାଙ୍କ ଉପରେ ପଡ଼ିଥିଲା। ସନ୍ଦେହ ହେବାରୁ ଆରପିଏଫ କର୍ମଚାରୀମାନେ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ। ପରେ ତାଙ୍କ ଏୟାର ବ୍ୟାଗ ଯାଞ୍ଚ କରାଯିବାରୁ ଭିତରୁ ଦୁଇଟି ପ୍ୟାକେଟରେ ଗଞ୍ଜେଇ ମିଳିଥିଲା। ଓଜନ କରାଯିବା ପରେ ଜବତ ଗଞ୍ଜେଇର ପରିମାଣ ପ୍ରାୟ ୧୦ କିଲୋଗ୍ରାମ ଥିବା ଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ଶ୍ୱେତ କହଁରଙ୍କୁ ଗିରଫ କରିଛି ଆରପିଏଫ। ତେବେ ଗଞ୍ଜେଇ କେଉଁଠାରୁ ଅଣାଯାଇଥିଲା, ଏହା କାହାକୁ ଦେବା ପାଇଁ ଆସିଥିଲା ଏବଂ ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

Post a Comment

0 Comments