କଣ୍ଟାବାଞ୍ଜି (କୋଶଳ ପ୍ରହରୀ) ତୁରେକେଲା ବ୍ଳକ ବିଦ୍ୟାଳୟ କ୍ରୀଡ଼ା ସଂସଦର ସାଧାରଣ ବୈଠକ ହିଆଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ବ୍ଳକ ସମ୍ପାଦକ ଶୁଭେନ୍ଦୁ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ଯୁଧିଷ୍ଠିର ଭରାସଗ୍ରିଆ, ପ୍ରଧାନ ଶିକ୍ଷକ, ହିଆଲ ଉଚ୍ଚ ବିଦ୍ୟାଳୟ, ରାଜେନ୍ଦ୍ର ଦୋରା, ପ୍ରଧାନ ଶିକ୍ଷକ, ରାମୋଡ ଉଚ୍ଚ ବିଦ୍ୟାଳୟ ଅତିଥି ଭାବରେ ଯୋଗ ଦେଇଥିଲେ।ମା ସରସ୍ବତୀଙ୍କୁ ପୂଜାର୍ଚ୍ଚନା ପରେ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ, ବେଚ ଓ ଉପଢୌକନ ପ୍ରଦାନ କରାଯାଇଥିଲା।ବୈଠକରେ ହିଆଲ ବିଦ୍ୟାଳୟକୁ ଜୋନାଲ ଦୁଇର କାର୍ଯ୍ୟାଳୟ ଘୋଷଣା କରାଯାଇଥିଲା।ତାପରେ ଜୋନାଲ ସ୍ତରରେ ବିଭିନ୍ନ ପ୍ରକାରର କ୍ରୀଡ଼ା କରିବା ପାଇଁ ଏକ ଜୋନାଲ ସ୍ତରୀୟ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା।କମିଟିରେ ଯୁଧିଷ୍ଠିର ଭରାସଗ୍ରିଆ, ସଭାପତି, ଆନନ୍ଦ ମିର୍ଧା, ସମ୍ପାଦକ, ବିରଞ୍ଚି ନାରାୟଣ ଦାଶ, ହିଆଲ ସିଆରସିସି, ରାଜେନ୍ଦ୍ର ଦୋରା, ଗୌର ମେହେର, ଉମା ଶଙ୍କର ଖମାରୀ, ଅକ୍ରୁର ବେହେରାଙ୍କୁ କାର୍ଯ୍ୟକାରିଣୀ ସଭ୍ୟ ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ଏହି ବୈଠକରେ ଉଣେଇଶ ଗୋଟି ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକ ମନୋଜ ମହାପାତ୍ର, ଇପ୍ସିତ ପ୍ରଧାନୀ, ଆଶିଷ କୁମାର ବେହେରା,ଗୌରୀ ଶଙ୍କର ଦ୍ଵିବେଦୀ ଆଦି ଯୋଗ ଦେଇଥିଲେ।ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ ଓ ଶିକ୍ଷୟିତ୍ରୀ ମମତା ପଣ୍ଡା ସହଯୋଗ କରିଥିଲେ।

0 Comments