ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଶିକ୍ଷୟିତ୍ରୀ ବିଦ୍ଯୁତଲତା ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ


ତୁଷୁରା (କୋଶଳ ପ୍ରହରୀ) ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ବାଳିକା ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ବିଦ୍ଯୁତଲତା ସାହୁଙ୍କ ଉଦ୍ଦେଶ୍ୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ଡାକ୍ତର ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଯୋଗ ଦେଇ ଶ୍ରୀମତୀ ସାହୁଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ଅବ୍ଯାହତି ପତ୍ର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏବିଇଓ ବିପିନ ବାଗ, ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିବେଦିତା ଭୋଇ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାଶ, ଏସ୍‌ଏମ୍‌ସି ଚେୟାରମେନ ପ୍ରିୟବ୍ରତ ଛତ୍ରିଆ, ଆଲୁମିନି ଚେୟାର ପରସନ୍ ମିନତି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଟିକୁ ସିଆର୍‌ସିସି ଜଗମୋହନ ତ୍ରିପାଠୀ ସଞ୍ଚାଳନ କରିଥିଲେ ଓ ହିନ୍ଦୀ ଶିକ୍ଷୟିତ୍ରୀ ଲିଲି ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ କାବ୍ଯାଞ୍ଜଳି ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ମିଲି ପୁରୋହିତ, ଲକ୍ଷ୍ମୀପ୍ରିୟା କର୍ମକାର, ଦେବସ୍ମିତା ପ୍ରଧାନ, ଜୟଶ୍ରୀ ପୋଢ, ପଦ୍ମାଳୟା ଗୁରୁ, ପ୍ରାଞ୍ଜଳି ସାହୁ ତଥା ଶିକ୍ଷକ ପିତାମ୍ବର କଏଣ୍ଡା, ସୁଧାଂଶୁ ସାହୁ ଓ ଉମାଶଙ୍କର ତାଣ୍ଡି ପ୍ରମୁଖ ବିଦ୍ୟାଳୟ ତରଫରୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ଉପହାର ଦେଇ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ଶ୍ରୀମତୀ ସାହୁଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ, କର୍ମଚାରୀ, ଅଭିଭାବକ ଅଭିଭାବିକା ଏବଂ ବ୍ଲକ୍ ର ବିଭିନ୍ନ ବର୍ଗର ଶିକ୍ଷକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Post a Comment

0 Comments