ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ୧୦୮ ଆମ୍ବୁଲାନ୍ସ ସେବା ଆଗୁଆ ପ୍ରସ୍ତୁତ


ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ବନ୍ୟା ପରିସ୍ଥିତିରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ୧୦୮ ନମ୍ବରକୁ କଲ କରିବା ପାଇଁ କୁହାଯାଇଛି । କଲ୍ ସେଣ୍ଟରକୁ ଯଦି କଲ ନ ଲାଗେ ସେଥିପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି । ବନ୍ୟାରେ ବିଦ୍ୟୁତ ସରବରାହ ବ୍ୟାହତ ହେବାର ସମ୍ଭାବନା ଥିବାରୁ ଆମ୍ବୁଲାନ୍ସକୁ କଲ ନ ଲାଗିଲା ଆମ୍ବୁଲାନ୍ସ ରହୁଥିବା ସ୍ଥାନ ଗୁଡିକରେ ଯୋଗାଯୋଗ କଲେ ଜରୁରିକାଳୀନ ସେବା ମିଳିପାରିବ। ଜରୁରିକାଳୀନ କଲ୍ ସଂଖ୍ୟାରେ ସମ୍ଭାବ୍ୟ ବୃଦ୍ଧି ଓ କୌଣସି କଲ୍ ଯେପରି ହାତଛଡ଼ା ନ ହୁଏ, ସେଥିପାଇଁ ଅତିରିକ୍ତ କର୍ମଚାରୀ ନିୟୋଜିତ କରା ଯାଇଥିବା ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଏମ୍ରି ଗ୍ରିନ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

Post a Comment

0 Comments