ତୁରେକେଲା (କୋଶଳ ପ୍ରହରୀ) ଲଗାଣ ବର୍ଷା ଯୋଗୁଁ କମେମୁଣ୍ଡା ଗାଁ ରାସ୍ତାର ଅବସ୍ଥା ବେହାଲ। ପ୍ରବଳ ବର୍ଷା ପାଣିର ସୁଅରେ ପିଚୁ ରାସ୍ତାର ମଝି ଭାଗ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ରାସ୍ତା ମଝିରେ ପ୍ରାୟ ୧୦-୧୨ ଫୁଟ୍ ର ବଡ ଗଭୀର ଗାତ ସୃଷ୍ଟି ହୋଇଛି। ରାସ୍ତା ତଳେ ଥିବା ମାଟି ସବୁ ଖସିଯାଇ କେବଳ ପାଇପ୍ ଝୁଲୁଛି। ଏହା ଫଳରେ ଦୁଇ ପଟ ଗାଁ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ସ୍କୁଲ ଛାତ୍ରଛାତ୍ରୀ, ଚାଷୀ ଓ ରୋଗୀ ନେବା ଆଣିବାରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ରାତି ସମୟରେ ଏହି ରାସ୍ତା ମରଣଯନ୍ତା ପାଲଟିଛି, ଅଜାଣତରେ ଯଦି କେହି ଆସେ ତ ବଡ ଦୁର୍ଘଟଣା ଘଟିପାରେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବର୍ଷା ପାଣି ନିଷ୍କାସନର ପୁଲି ହେବା କଥା ବ୍ୟବସ୍ଥା ନାହିଁ। ଗ୍ରାମବାସୀ ପ୍ରଶାସନକୁ ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି।

0 Comments