ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ
ଶ୍ରୀଜୀଉଙ୍କ ସୁନାବେଶ
ଆଷାଢ ଶୁକ୍ଳ ଏକାଦଶୀ ଯେ ତିଥି
ରାଜାରାଜେଶ୍ଵର ବେଶ ||
ରାଜା କପିଳେନ୍ଦ୍ରଦେବ ସାନିଧ୍ୟତା
ଦେବୀ ଦୁର୍ଗାଙ୍କ ଲଭିଲେ
ଦକ୍ଷିଣ ଭାରତୁ ଧନରତ୍ନ ଲଦି
ଶ୍ରୀମନ୍ଦିରେ ଯେ ଅର୍ପିଲେ ||
ବଡତଢ଼ାଉ ସେବକ ଯେ ରାଜାଙ୍କ
ସେବା ଦେଖି ଆନନ୍ଦିଲେ
ଅଳଙ୍କାର ସବୁ ଭଣ୍ଡାରୁ ଆଣିଲେ
ମହାପ୍ରଭୁ ଦେହେ ଦେଲେ ||
ଅନୁରୋଧ ରକ୍ଷା କରି ସେବକଙ୍କ
ରାଜା କପିଳେନ୍ଦ୍ର ଭଲେ
୧୩୮ ଅଳଙ୍କାରରେ ଠାକୁରଙ୍କୁ
ସୁନାବେଶ କରାଇଲେ ||
ଶ୍ରୀପୟର, କିରୀଟ ସ୍ବର୍ଣ୍ଣ
ଅଳଙ୍କାରେ ସଜ୍ଜା ହୋଇ
ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ
ସୁଭଦ୍ରା ବିରାଜ ହୋଇ ||
ରଥାରୂଢ ଠାକୁରଙ୍କ ଭବ୍ୟ ବେଶ
ଦର୍ଶନେ ସଂଚାର ହୁଏ
ଭକ୍ତ ପ୍ରାଣ ହୁଅଇ ଯହିଁ ଜାଗ୍ରତ
ଅଶେଷ ପୁଣ୍ୟ ଯେ ଲଭେ ||
ଗ୍ରାମ:ଗୌଡ଼ଗୁଡା, ମାନବର ପଞ୍ଚାୟତ, ଜିଲ୍ଲା: କୋରାପୁଟ, ଓଡିଶା
ମୋ:୮୯୧୭୩୧୯୩୭୭

0 Comments