ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ବିଜେପିର ମିଶ୍ରଣ ପର୍ବ, ୩ଟି ବ୍ଲକ ଅଧ୍ୟକ୍ଷଙ୍କ ସହ ୫୦ରୁ ଅଧିକ ସରପଞ୍ଚ ବିଜେପିରେ ଯୋଗଦେବେ


କଣ୍ଟାବାଞ୍ଜି ( କୋଶଲ ପ୍ରହରୀ) ପଞ୍ଚାୟତ ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନଥିବା ବେଳେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣ ଜୋର ଧରିଛି। ନିଜ ସଂଗଠନକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ବିଜେପି ଆସନ୍ତାକାଲି ଏକ ବୃହତ ମିଶ୍ରଣ ପର୍ବର ଆୟୋଜନ କରୁଛି। ଦଳର ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ଅଧ୍ୟକ୍ଷଙ୍କ ସମେତ ୫୦ରୁ ଅଧିକ ସରପଞ୍ଚ ବିଜେପିରେ ଯୋଗଦାନ କରିବେ। ଏନେଇ ଆଜି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କଣ୍ଟାବାଞ୍ଜିରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ଯେ, ଆସନ୍ତାକାଲି ହେବାକୁ ଥିବା ମିଶ୍ରଣ ପର୍ବରେ ବିଭିନ୍ନ ରାଜନୈତିକ ଦଳରୁ ଆସୁଥିବା ୩ଟି ବ୍ଲକର ଅଧ୍ୟକ୍ଷ ଓ ୫୦ରୁ ଅଧିକ ସରପଞ୍ଚ ବିଜେପିରେ ସାମିଲ ହେବେ। ଏହା ଦ୍ୱାରା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେପିର ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ସେ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି, ପୂର୍ବତନ ସାଂସଦ ପର୍ଶୁରାମ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ, ଆସନ୍ତାକାଲିର ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ରବି ନାଏକ, ମନ୍ତ୍ରୀ ମୁକେଶ ମହାଳିଙ୍ଗ ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେବେ ବୋଲି ସୂଚନା ମିଳିଛି।

Post a Comment

0 Comments