ବଲାଙ୍ଗିର (କୋଶଳ ପ୍ରହରୀ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବନ୍ଧାନପାଲି ଗାଁ ରୁ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ବର୍ଷା ଆରମ୍ଭ ହେବା ମାତ୍ରେ ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ରାସ୍ତା ସାରା ବଡ ବଡ ଖାଲ, କାଦୁଅ ଓ ପାଣି ଜମି ରହିବାରୁ ଲୋକଙ୍କ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି। ଏହା ଏକ ମାତ୍ର ରାସ୍ତା ବନ୍ଧାନପାଲି ସମେତ ଆଖପାଖର ଅନେକ ଗାଁ ଲୋକଙ୍କ ପାଇଁ ନୂଆପଡ଼ା ଯିବା ଆସିବାର ମୁଖ୍ୟ ରାସ୍ତା। ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ, ଚାଷୀ, ଓ ରୋଗୀ ଏହି ରାସ୍ତା ଦେଇ ଯାତାୟତ କରନ୍ତି। ସ୍କୁଲ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ପାରୁନାହାଁନ୍ତି, ଚାଷୀ ନିଜ ଫସଲ ବଜାରକୁ ନେଇ ପାରୁନାହାଁନ୍ତି, ଏମରଜେନ୍ସି ସମୟରେ ଆମ୍ବୁଲାନ୍ସ ଗାଁ ଭିତରକୁ ଆସିବା ଅସମ୍ଭବ ହୋଇ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ରାସ୍ତା ମରାମତି ହେଉନାହିଁ ବୋଲି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। କେବଳ ପ୍ରତିଶ୍ରୁତି ମିଳୁଛି, କାମ ହେଉନାହିଁ। ତୁରନ୍ତ ଏହି ରାସ୍ତାର ମରାମତି ଓ ପିଚୁ କାର୍ଯ୍ୟ କରାଯାଇ ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ତୁରେକେଲା ବ୍ଲକ ପ୍ରଶାସନ ନିକଟରେ ଦାବି କରିଛନ୍ତି।

0 Comments