ନୂଆପଡ଼ା (କୋଶଳ ପ୍ରହରୀ) ନୁଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଯୋଗିବାହାଲ କ୍ଲଷ୍ଟର ଶିକ୍ଷକ ସଂଘ ଆନୁକୂଲ୍ୟରେ ମଖାପଦର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରୁଦ୍ରମାଧବ ମେହେରଙ୍କ ଶୁଭ ଅବସର ଗ୍ରହଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିନୋଦ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଯଜ୍ଞସେନୀ କଟା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ କବି ମେହେର ବିଶିଷ୍ଟ ଅତିଥି, ସରପଞ୍ଚ ଶ୍ରୀ ରତନେ ତାଣ୍ଡି, ସମିତି ସଭ୍ୟ ଶ୍ରୀ ସୁରେନ୍ଦ୍ର ମଙ୍ଗରାଜ, ଆଞ୍ଚଳିକ ସାଧନ କର୍ମୀ ଶ୍ରୀ ଭିଷ୍ମରାଜ ମେହେର, ଶ୍ରୀ ରମେଶ ଚନ୍ଦ୍ର ମେହେର ଓ ଶ୍ରୀ ଖିତିଶ କୁମାର କାଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଯୋଗିବାହାଳ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।ଅତିଥିମାନେ ଶ୍ରୀ ମେହେରଙ୍କ ଦୀର୍ଘଦିନର ଶିକ୍ଷକତା ଜୀବନ, ନିଷ୍ଠା, ସରଳତା ଓ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ତାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମେହେର ନିଜ କର୍ମଜୀବନର ଅନୁଭୂତି ବାଣ୍ଟିବା ସହ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। କପିଳେନ୍ଦ୍ର ମେହେର କର୍ମଜୀବନୀ ଓ ମାନପତ୍ର ପାଠ କରିଥିବାବେଳେ ପ୍ରଶାନ୍ତ କୁମାର ସାହୁ ସଭା ପରିଚାଳନା କରିଥିଲେ। ଭୋଲାନାଥ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ବର୍ଦ୍ଧନା ସମାରୋହକୁ ସଫଳ ରୂପାୟନ କରିବାରେ ଯୋଗିବାହାଲ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ ଓ ଆନ୍ତରିକ ସହଭାଗିତା ପ୍ରଦାନ କରିଥିଲେ। ସେମାନଙ୍କର ସାମୂହିକ ପ୍ରୟାସ ଓ ନିଷ୍ଠା ଯୋଗୁଁ କାର୍ଯ୍ୟକ୍ରମଟି ସୁଚାରୁ ଓ ସଫଳତାର ସହ ଅନୁଷ୍ଠିତ ହୋଇପାରିଥିଲା।

0 Comments