ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ବସ୍ ଦୁର୍ଘଟଣା ଯୋଗୁଁ ଫସିଲେ ସ୍କୁଲ୍ ଛାତ୍ରଛାତ୍ରୀ : ସୁରକ୍ଷିତ ଘରକୁ ପଠାଇଲେ ବ୍ଲକ ଅଧ୍ୟକ୍ଷ


ଧର୍ମଗଡ/ଗୋଲାମୁଣ୍ଡା, (କୋଶଳ ପ୍ରହରୀ) ପ୍ରବଳ ବର୍ଷା ମଧ୍ୟରେ ବସ୍ ଦୁର୍ଘଟଣା ଘଟିବାରୁ ଗୋଲାମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ ଫସି ରହିଥିଲେ। ତେବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ତତ୍ପରତାରେ ବିକଳ୍ପ ଗାଡ଼ିର ବ୍ୟବସ୍ଥା କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ପଠାଯାଇଥିଲା। ସୂଚନା ଅନୁଯାୟୀ, ପ୍ରତିଦିନ ବିଦ୍ୟାଳୟ ଛୁଟି ପରେ ଛାତ୍ରଛାତ୍ରୀମାନେ ସରକାରୀ ‘ସୁଭଦ୍ରା’ ବସ୍‌ ଯୋଗେ ଘରକୁ ଫେରିଥାନ୍ତି। କିନ୍ତୁ ଶନିବାର ଖଳିଆକାନୀ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା। ଏହାସହ ପ୍ରବଳ ବର୍ଷା ଜାରି ରହିଥିବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ଘରକୁ ଫେରିପାରିନଥିଲେ ଏବଂ ବିଦ୍ୟାଳୟରେ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ। ପରେ ଛାତ୍ରଛାତ୍ରୀମାନେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନିକଟରେ ସୁରକ୍ଷିତ ଭାବେ ଘରକୁ ଫେରିବା ପାଇଁ ଗାଡ଼ି ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବ୍ଲକ ଅଧ୍ୟକ୍ଷ ତୁରନ୍ତ ବିକଳ୍ପ ଗାଡ଼ିର ବ୍ୟବସ୍ଥା କରିଥିଲେ। ଫଳରେ ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରିପାରିଥିଲେ। ବର୍ଷା ଓ ବସ୍ ଦୁର୍ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ଏହି ଜରୁରୀ ପରିସ୍ଥିତିରେ ବ୍ଲକ ଅଧ୍ୟକ୍ଷଙ୍କ ତ୍ୱରିତ ଓ ସମ୍ବେଦନଶୀଳ ପଦକ୍ଷେପକୁ ଅଭିଭାବକ, ଶିକ୍ଷକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Post a Comment

0 Comments