ଟିଟିଲାଗଡ଼ (କୋଶଳ ପ୍ରହରୀ) : ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରାଯାଇଛି। ଦଳର ସଂଗଠନକୁ ଗାଁରୁ ସହର ପର୍ଯ୍ୟନ୍ତ ସୁଦୃଢ଼ କରିବା ଏବଂ ନୂତନ ସଦସ୍ୟଙ୍କୁ ଦଳ ସହ ଯୋଡ଼ିବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି।
ଏହି ଅବସରରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବଲାଙ୍ଗୀର ଜିଲ୍ଲା ପ୍ରଭାରୀ ନରେଶ ମହାନ୍ତି ଉପସ୍ଥିତ ରହି କହିଥିଲେ ଯେ, ଲୋକଙ୍କ ବିଶ୍ୱାସ ହାସଲ କରି ଏକ ସଶକ୍ତ ବିକଳ୍ପ ରାଜନୈତିକ ଶକ୍ତି ଗଢ଼ି ତୋଳିବା ଦଳର ପ୍ରାଥମିକ ଲକ୍ଷ୍ୟ। ସେ କର୍ମୀମାନଙ୍କୁ ଘରେ ଘରେ ପହଞ୍ଚି ସଦସ୍ୟ ସଂଗ୍ରହ କରିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରୂପେଶ ବେହେରା, ରାଜ୍ୟ ସମ୍ପାଦକ ବିକାଶ ବେହେରା, କାହ୍ନା ବେହେରା, ଚିତ୍ର ବେହେରା, ନିକେଶ ହରପାଲ, କୁଶ ମାଝୀ ଏବଂ ସରୋଜ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ସଦସ୍ୟତା ଅଭିଯାନକୁ ସଫଳ କରିବା ସହ ଦଳକୁ ଆହୁରି ସୁଦୃଢ଼ କରିବା ପାଇଁ ସଂକଳ୍ପ ବ୍ୟକ୍ତ କରିଥିଲେ।

0 Comments