କଣ୍ଟାବାଞ୍ଜି (କୋଶଳ ପ୍ରହରୀ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ହରିଭବନ ଠାରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କର୍ମଶାଳା ଓ ବୁଦ୍ଧିଜୀବୀ ସମ୍ମିଳନୀ। ଏହି ଅବସରରେ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଉପସ୍ଥିତିରେ ବିଶିଷ୍ଟ ବ୍ୟକ୍ତିତ୍ୱ ଓ ବୁଦ୍ଧିଜୀବୀଙ୍କୁ ସମ୍ମାନିତ କରାଯାଇଛି। କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ ସଫଳ ୨ ବର୍ଷର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସ୍ୱତନ୍ତ୍ର କର୍ମଶାଳା ବୈଠକରେ ବରିଷ୍ଠ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ। ସାଂସଦଙ୍କ ସହ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ, ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି , ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ନଗରସଭାପତି ଅଜିତ କଠାର, ଅଗ୍ରୱାଲ ସଭା ଟ୍ରଷ୍ଟ ଅଧ୍ୟକ୍ଷ ଅଶୋକ ଛାପଡିୟା, ସମ୍ପାଦକ ଲଳିତ ଅଗ୍ରୱାଲ ମୁଖ୍ୟ ମଞ୍ଚସିନ ଥିଲେ । ଏହି କର୍ମଶାଳାରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ ପଦକ୍ଷେପ ଓ ସାଧାରଣ ଲୋକଙ୍କ ନିକଟରେ ସେଗୁଡ଼ିକର ସଫଳ ପହଞ୍ଚ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ରଖିଥିବା ତଥା ବିଭିନ୍ନ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସକ୍ରିୟ ଭୂମିକା ନେଇଥିବା ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ଓ ବୁଦ୍ଧିଜୀବୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଜନକଲ୍ୟାଣ ଓ ବିକାଶମୂଳକ ଯୋଜନାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସମାଜର ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧିଜୀବୀ ବର୍ଗ କିଛି ଦାବି ସାଂସଦ ଜଣାଇ ଥିଲେ ମୁଖ୍ୟ ଦାବି ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ,ଉତ୍ତରପ୍ରଦେଶ ପ୍ରୟୋଗରାଜ ଯିବା ପାଇଁ ସିଧା ଟ୍ରେନ, ସ୍ପେନିଙ୍ଗ ମିଲ ସ୍ଥାପନା, ବିଦ୍ୟାଳୟରେ ଶିକ୍ଷକ ପୂର୍ତ୍ତି, ଚିକିତ୍ସାଳୟରେ ଉତ୍ତମ ବ୍ୟବସ୍ଥା ସହ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ।

0 Comments